ଟିଟିଲାଗଡ଼ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ସ୍ଥାନୀୟ ଏଲ୍‌ଆଇସି ଅଫିସ ସାମ୍ନାରେ ଥିବା ବଣିକ ବାସ ସଭା ଗୃହରେ ଟିଟିଲାଗଡ଼ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ପରିଷଦ ବୈଠକ ସଭାପତି ରାଧାକାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଂଗଠାନିକ ସଂପାଦକ ମନୋଜ ହାତୀଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ବର୍ଷ ୨୦୨୪/୨୫ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ପୁଣି ଥରେ ସର୍ବ ସମ୍ମତି କ୍ରମେ ଟିଟିଲାଗଡ଼ର ବରିଷ୍ଠ ଆଇନଜୀବି ରାଧାକାନ୍ତ ପାଢ଼ୀଙ୍କୁ ସଭାପତି ରୂପେ ଚୟନ କରଯାଇ ଥିବାବେଳେ ପୂର୍ବ କମିଟି ଯେମିତିକୁ ସେମିତି କାୟମ ରହିଲା । ଏହି ବୈଠକରେ ଟିଟିଲାଗଡ଼ ସହରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ ସହରର ଟ୍ରାଫିକ ବ୍ୟବସ୍ଥାକୁ କିପରି ଶୃଙ୍ଖଳିତ କରିବା, ନୂତନ ହସ୍ପିଟାଲ ଉଦ୍‌ଘାଟନ ପରେ ସହର ଭିତରେ ଚବିଶ ଘଣ୍ଟା ଚିକିତ୍ସା ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଇବା, ପୌର ପରିଷଦ ଅଞ୍ଚଳରେ ରାସ୍ତାଘାଟ ମରାମତି, ଟିପିଡବ୍ଲୁଡିଏଲ୍ ପକ୍ଷରୁ ହେଉଥିବା ଅଯଥା ଚଢ଼ାଉ କରି ଫାଇନ ଆଦାୟ, ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ହଇରାଣ କରି ବେନିୟମ ପେନାଲଟି ନ କରିବା ଭଳି ଅଭିଯୋଗ ସଦସ୍ୟମାନେ କରିଥିଲେ । ଯେହେତୁ ନାଗରିକ ମଞ୍ଚର କାର୍ଯ୍ୟକୁ ଲୋକେ ପସନ୍ଦ ତଥା ଗ୍ରହଣ କରନ୍ତି ତେଣୁ ସହରର ବିଭିନ୍ନ ପ୍ରକାରର ଅସୁବିଧାର ସମାଧାନ କରିବା ପାଇଁ ସଦା ସର୍ବଦା ଚେଷ୍ଟା କରିଛୁ ଆଗକୁ ବି ଆଲୋଚନା ସହ ଦରକାର ପଡ଼ିଲେ ପୂର୍ବ ଭଳି ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ପିଆଇଏଲ୍‌ ଫାଇଲ କରି ଲୋକଙ୍କୁ ନ୍ୟାୟ ଦେବା ସହ ଲୋକଙ୍କ ହକ ପାଇଁ ଆମେ ଲଢ଼ିବା ସହ ନ୍ୟାୟ ନିଶ୍ଚୟ ପ୍ରଦାନ କରିବୁ ବୋଲି ସଭାପତି ରାଧାକାନ୍ତ ପାଢ଼ୀ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଟିଟିଲାଗଡ଼ ନାଗରିକ ମଞ୍ଚର ଶମ୍ଭୁ ପ୍ରସାଦ ଗୋୟଲ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ଷଡଙ୍ଗୀ, ନାରୀ ନେତ୍ରୀ ଶ୍ରୀମତୀ ଅଞ୍ଜଳି ବେହେରା, ଜଗନ୍ନାଥ ପଣ୍ଡା, ଲକ୍ଷ୍ମୀ କାନ୍ତ ମହାପାତ୍ର, କୃଷ୍ଣଚନ୍ଦ୍ର ସାହୁ, ସୁନିଲ ଆଚାର୍ଯ୍ୟ, ହରି ମିଶ୍ର, ସୁଧୀର ଘଡେ଼ଇ, ଜଗନ୍ନାଥ ସାହୁ, ଚକ୍ର ପଟ୍ଟନାୟକ, ରମାକାନ୍ତ ଖମାରୀ, ବସନ୍ତ ସାହୁ, ଦୀପକ ସମଦ୍ଦାର, ବିରବର ସାହୁ, ଦେବ ଷଡଙ୍ଗୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.