oom

ମଦନପୁର କଲ୍ୟାଣ ମଣ୍ଡପଠାରେ ବିଜେଡି ଜୋନ୍‌ ସ୍ତରୀୟ ବୈଠକ

jsmm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମଦନପୁର କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳର ନର୍ଲା ନିର୍ବାଚନ ମଣ୍ଡଳୀର ଜୋନ୍‌ ସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଶତପଥିଙ୍କ ସଭାପତିତ୍ବରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି, ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟକ ଭୁପେନ୍ଦର ସିଂ, ରାଜ୍ୟ ସମ୍ପାଦକ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲା ଏସ୍‌ସି ସେଲରର ଉପସଭାପତି ତଥା ମ. ରାମପୁର ସରପଞ୍ଚ ଚିତଞ୍ଜନ ବାଗ, ଜିଲ୍ଲା ସଭାନେତ୍ରୀ କୌଶଲ୍ୟା ସାହୁ, ଯୁବ ସଭାପତି ସତ୍ୟନାରାୟଣ ସାହୁ, ଜିଲ୍ଲା ଉପସଭାପତି କିର୍ତ୍ତନ ସାହୁ, ପୂର୍ବତନ ବ୍ଲକ ସଭାପତି ଶରଦ ଚନ୍ଦ୍ର ପୁଝାରୀ, ଆଦିତ୍ୟ କୁମାର ନନ୍ଦ, ହିରେନ୍ଦ୍ର ପ୍ରତାପ ସିଂହଦେଓ, ବରିଷ୍ଠ ଆଇନଜୀବୀ ସପନ କୁମାର ପଟ୍ଟନାୟକ ଓ ବହୁ ବିଜେଡି କର୍ମୀ ଯୋଗ ଦେଇ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରାଥମିକ ସ୍ତରରେ ଦଳର ସଂଗଠନକୁ ସୁଦୃଢ କରିବା, ଅଞ୍ଚଳର ବିକାଶ, ଓଡିଶା ସରକାରଙ୍କ ଜନ ହିତକାରୀ ଯୋଜନା ଉପରେ ସମସ୍ତ ଦଳର କର୍ମୀ ମାନଙ୍କୁ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ମଦନପୁର ପଞ୍ଚାୟତ ସଭାପତି ସୁଦର୍ଶନ ଦଣ୍ଡିଆ ସମସ୍ତ ମଞ୍ଚସିନ ଅତିଥି ମାନଙ୍କୁ ଉପଢୌକନ ଦେଇ ଥବାବେଳେ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଶ୍ରୀ ସିଂଦେଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.