ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ନିଖିଳ ଉତ୍କଳ କ୍ଷତ୍ରୀୟ ଖଣ୍ଡାୟତ ମହାସଭାର ଏକ ଜରୁରୀକାଳୀନ ବୈଠକ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି ସଭାରେ ସଭାପତି ଯଦୁମଣି ସ୍ବାଇଁ ଅଧ୍ୟକ୍ଷତା କରିଥିଲେ ଓ ସାଧାରଣ ସମ୍ପାଦକ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ୨୦୨୪ ମସିହା ଫେବୃଆରୀ ଶେଷ ସପ୍ତାହରେ ଇସ୍ପାତ ନଗରୀ ଶାଖା ଉଦ୍ୟମରେ ଏକ ରାଜ୍ୟସ୍ତରୀୟ କ୍ଷତ୍ରୀୟ ଖଣ୍ଡାୟତ ସମ୍ମିଳନୀ ଆୟୋଜନ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଡିସେମ୍ବର ପ୍ରଥମ ସପ୍ତାହରେ ଏକ ମହିଳା ଶାଖା ଗଠନ କରିବା ପାଇଁ ମତ ପ୍ରକାଶ ପାଇଥିଲା ଓ ସେହିଦିନ ଶତାଧିକ ମହିଳାଙ୍କୁ ଏକତ୍ରିତ କରିବା ପାଇଁ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ । ରାଜ୍ୟସ୍ତରୀୟ ସମାବେଶ ପାଇଁ ଦ୍ବିତୀୟ ପ୍ରସ୍ତୁତି ବୈଠକ ଡିସେମ୍ବର ୨ୟ ସପ୍ତାହରେ ଡକାଯାଇ ସଂପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରିବା ପାଇଁ ସାଧାରଣ ସମ୍ପାଦକ ମତବ୍ୟକ୍ତ କରିଥିଲେ । ଶେଷରେ ଉପ ସଭାପତି ଉପେନ୍ଦ୍ର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।