jayashree

ଓବିସି ମଞ୍ଚ ଓଡ଼ିଶାର ଜନଜାଗରଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସି ମଞ୍ଚ ବଲାଙ୍ଗିରର ଏକ ପ୍ରସ୍ତୁତି ବୈଠକ ସଂଯୋଜକ ସରୋଜ କୁମାର ମେଶ୍ଵାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ମାସ ୨୬ ତାରିଖ ସମ୍ବିଧାନ ଦିବସ ଅବସରରେ ସାରା ଓଡିଶାରେ ଓବିସି ଜନ ଜାଗରଣ ଯାତ୍ରା ଝାରସୁଗୁଡ଼ା ଜିଲ୍ଲାରୁ ଆରମ୍ଭ ହୋଇ ସମଗ୍ର ରାଜ୍ୟରେ ପରିକ୍ରମା କରିବାର ଯୋଜନା ରହିଛି । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଡିସେମ୍ବର ମାସ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ ବୋଲି ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ର ସୂଚନା ଦେଇଛନ୍ତି । ଓବିସିମାନଙ୍କୁ ଓଡ଼ିଶାରେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଶୂନ୍ୟ ପ୍ରତିଶତ ସଂରକ୍ଷଣ ଶିକ୍ଷା ଓ ଚାକିରି କ୍ଷେତ୍ରରେ ମିଲୁଥିବା ଓ ଏସ୍‌ଇ ବିସି ନାମରେ ୯ଟି ବର୍ଗର ଉଚ୍ଚ ଜାତିର ଲୋକଙ୍କୁ ମିଶାଇ ଓବିସି କୋଟା ହଡ଼ପ କରୁଛନ୍ତି ବୋଲି ସଂଯୋଜକ ସରୋଜ କୁମାର ମେଶ୍ଵା ମତ ରଖିଥିଲେ । ଆଗାମୀ ଦିନରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଶିକ୍ଷା ଓ ଚାକିରି କ୍ଷେତ୍ରରେ, ବିଧାନସଭା ଓ ଲୋକସଭା କ୍ଷେତ୍ରରେ ଓବିସିଙ୍କ ସ୍ଥାନ ସଂରକ୍ଷଣ ଇତ୍ୟାଦି ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜାଗରଣ ଯାତ୍ରା ଅନୁଷ୍ଠିତ ହେବ ବୋଲି ସ୍ଥିରିକୃତ ହୋଇଛି । ଏଥିରେ ନବସେତୁ ସଂପାଦକ ପୁର୍ଣ୍ଣଚନ୍ଦ୍ର ବିଶ୍ଵାଲ, ରାଜ୍ୟ ଓବିସି କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ ନରେଶ ବାଗ ଓ ଅନ୍ୟାନ୍ୟ ଜାତି ସମାଜର କର୍ମକର୍ତ୍ତା ଯୋଗଦାନ କରିଥିଲେ ।

Leave A Reply

Your email address will not be published.