jayashree

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବଲାଙ୍ଗିରରେ ଜନ ଜାଗରଣ ନିମନ୍ତେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ବଲାଙ୍ଗିରରେ ଜନ ଜାଗରଣ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର, ସହ ସଂଯୋଜକ ବାବୁଲାଲ ମିଶ୍ରଙ୍କ ସଂଯୋଜନାରେ ବଲାଙ୍ଗିର ରାମ ଚରିତ ମାନସ ମନ୍ଦିରରେ ଗତକାଲି ସନ୍ଧ୍ୟା ୭ ଘଟିକାରେ ଜିଲ୍ଲାରେ ଜନ ଜାଗରଣ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବଲାଙ୍ଗିର ଶାଖା ପକ୍ଷରୁ ଅନୁଷ୍ଟିତ ହୋଇଥିଲା । ସହର ମଧ୍ୟରେ ଥିବା ପ୍ରତି ୱାର୍ଡରେ କମିଟି ଗୁଡିକ ଗଠନ କରାଯାଇ ସହରରେ ଥିବା ୨୫,୦୦୦ ପରିବାରକୁ ବ୍ୟକ୍ତିଗତ ଭାବରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ନିମନ୍ତ୍ରଣ କରାଯିବ । ଜିଲ୍ଲା ତଥା ସହରର ମନ୍ଦିରମାନଙ୍କରେ ଜାନୁୟାରୀ ୨୨ ତାରିଖ ଦିନ ୧୧ ଘଣ୍ଟାରୁ ଦିନ ୨ ଘଣ୍ଟା ମଧ୍ୟରେ ମନ୍ଦିରଗୁଡ଼ିକରେ ଘଣ୍ଟ ସଙ୍ଖ ବାଦନ ସହିତ ଆଳତି ଏକ ଶୁଦ୍ଧ ବାତାବରଣରେ କରାଯିବ । ଏହି ଦିନ ପ୍ରତି ପରିବାରରେ ସନ୍ଧ୍ୟାରେ ଆଲୋକିତ କରାଯିବାକୁ ହିନ୍ଦୁସ୍ଥାନରେ ରହୁଥିବା ପ୍ରତି ପରିବାରକୁ ପ୍ରସ୍ତୁତି ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ପକ୍ଷରେ ଗତ ୫ ତାରିଖରେ ଅଯୋଧ୍ୟାରେ ଅକ୍ଷତ ପୂଜନ ହୋଇ ଏଠାରେ ପ୍ରାନ୍ତ ସ୍ତରରେ ପହଁଚି ଯାଇଛି । ସାରା ଜିଲ୍ଲାକୁ ରାମମୟ କରି ଏକ ଆଧ୍ୟତ୍ମିକ ବାତାବରଣ ସୃଷ୍ଟି କରାଯିବ । ଏହି ଉପଲକ୍ଷେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବା ପୂର୍ବରୁ ଦେଶର ୫ ଲକ୍ଷ ଗ୍ରାମ ତଥା ୫୦ କୋଟିରୁ ଅଧିକ ଲୋକଙ୍କ ନିକଟକୁ ଏହି ଅକ୍ଷତ ପହଞ୍ଚାଇବାର ଯୋଜନା ରହିଛି । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ସମୟରେ ଏହି ଅକ୍ଷତ ପ୍ରତ୍ୟେକ ଗ୍ରାମର ଯେକୌଣସି ମନ୍ଦିର କିମ୍ବା ଧାର୍ମିକ ସ୍ଥଳରେ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ଦ୍ଵାରା ପୂଜନ କରାଯାଇ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକ୍ରମ କରାଯିବ । ଏହି ବୈଠକରେ ଶତାଧିକ ମହିଳା ପୁରୁଷ କାର୍ଯ୍ୟକର୍ତ୍ତା ପ୍ରତି ୱାର୍ଡରୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.