lika

ବାବା ଦିଶା ଶହେ କୁଲୁତା ସମାଜ ବଲାଙ୍ଗିର ଜିଲ୍ଲାର ଏକ ଜିଲ୍ଲାସ୍ତରୀୟ ସାଂଗଠାନୀୟ ବୈଠକ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାବା ଦିଶା ଶହେ କୁଲୁତା ସମାଜ ବଲାଙ୍ଗିର ଜିଲ୍ଲାର ଏକ ଜିଲ୍ଲାସ୍ତରୀୟ ସାଂଗଠାନିକ ବୈଠକ ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ପୀଠ ହର୍ଡାଟାଲଠାରେ ଅନୁଷ୍ଠିତ ହୋଇଯାଇଅଛି । ସଭା ପ୍ରାରମ୍ଭରେ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସମାଜର ଦିବଂଗତ କର୍ମକର୍ତ୍ତା ସମାଜ ଭାଇ ଭଉଣୀମାନଙ୍କର ସଦ୍‌ଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଜିଲ୍ଲାର ୩୨ଟି ଆଂଚଳିକ କେନ୍ଦ୍ର ସାଂଗଠାନିକ ସମୀକ୍ଷା କରାଯାଇଥିଲା । ଏହା ସହିତ ଜିଲ୍ଲାସ୍ତରୀୟ ଯୁବ ସମାଜ ଗଠନ, ମହିଳା ସମାଜ ଗଠନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା । ଯହିଁରେ ବିଭିନ୍ନ କର୍ମକର୍ତ୍ତା ତଥା ସଦସ୍ୟମାନେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏଥିସହିତ ବୈଠକରେ ସର୍ବ ସମ୍ମତିକ୍ରମେ ଜିଲ୍ଲା ଯୁବ ସମାଜ ସଭାପତି ରମେଶ ଚନ୍ଦ୍ର ଗଡତ୍ୟା, ଉପସଭାପତି ପ୍ରେମାନନ୍ଦ ସାହୁ, ସଂପାଦକ ଭାବେ କାଳିଆ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ନିରଞ୍ଜନ ଗଡତ୍ୟାଙ୍କୁ ଚୟନ କରାଯାଇ ଜିଲ୍ଲାରେ ଯୁବ ସଂଗଠନକୁ କାର୍ଯ୍ୟକ୍ଷମକୁ ମଜବୁତ ଦିଆଗଲା ତଥା ରଣେଶ୍ୱର ରାମଚଣ୍ଡିଙ୍କଠାରେ ଶପଥ ପାଠ କରାଗଲା । ଏହା ସହିତ ଆତ୍ମ ଘୋଷିତ ଜିଲ୍ଲା ଯୁବ କୁଲୁତା ସମାଜର ସଭାପତି ଅସୀମ କୁମାର ଭୋଇ ଏକ ସଂଗଠନ ଜିଲ୍ଲା କୁଲୁତା ସମାଜର ବିନା ସ୍ୱୀକୃତିରେ ବଲାଙ୍ଗିର ଜିଲ୍ଲାରେ ଚଳାଉଥିବାରୁ ସର୍ବ ସମ୍ମତିକ୍ରମେ ସଭାରେ ଅସିଦ୍ଧ ଘୋଷଣା କରାଗଲା । ସେ ବଲାଙ୍ଗିର ଜିଲ୍ଲା କୁଲୁତା ସମାଜ କୌଣସି ସଙ୍ଗଠନର ପଦ ପଦବୀରେ ନାହାନ୍ତି । ଏହାପରେ ନୁଆଁଖାଇ ଭେଟଘାଟ ଓ ଦଶହରା ପୂଜା ପାଇଁ ଆଲୋଚନା କରାଯାଇଥିଲା । ସଭା ଶେଷରେ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.