ଆମ ପୁଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ପରିସରରେ ଥାନା ଓ ଆମ ପୁଲିସର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ସାଇପ୍ରଭା ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ମୁଖ୍ୟ ଡଃ ସୁମନ ଦତ୍ତ ସ୍ୱାଗତ ଭାଷଣ ରଖବା ସହ ଆମ ପୁଲିସର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଥାନା ପକ୍ଷରୁ ଏସ୍‌ଆଇ ରଂଜିତ ପ୍ରଧାନ କହିଲେ ଯେ, ସେକ୍ଟର୧୯ ଥାନା ଅଧିନରେ ଥିବା ବିଭିନ୍ନ ଅଂଚଳରେ ହୋଇଥିବା ଅପରାଧିକ ମାମଲା ହ୍ରାସ ପାଉଥିବା ବେଳେ ଏଥିରେ ସ୍ଥାନୀୟ ଜନସାଧାରଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ । ପୁଲିସର ଦାୟିତ୍ୱ ଯେତିକି ଜନସାଧାରଣଙ୍କ ଦାୟିତ୍ୱ ସେତିକି । ତେଣୁ ଉଭୟଙ୍କ ମଧ୍ୟରେ ସମନ୍ୱୟ ରହିଲେ ଅପରାଧ ହ୍ରାସ ପାଇବ ବୋଲି ଶ୍ରୀ ପ୍ରଧାନ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇସ୍ପାତ ମାର୍କେଟର ସଭାପତି ସୁଜିତ ସ୍ୱାଇଁ, ସାଧାରଣ ସଂପାଦକ ସନ୍ତୋଷ ସ୍ୱାଇଁ ଓ କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପ୍ରଧାନ, ଚନ୍ଦ୍ରଶେଖର ଶତପଥୀ, ଗଣେଶ ଜୟସିଂହ, ନିହାର ଦାସ, ମନୋଜ ନାୟକ, ଚନ୍ଦ୍ରକାନ୍ତ ସାହୁ, ସଂଜୀବ ନାୟକ ପ୍ରମୁଖ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟକ୍ଷତା କରୁଥିବା ଥାନା ପ୍ରଭାରୀ ଶ୍ରୀମତୀ ରାଉତ ଥାନା ପୁଲିସ ସହ ଆମ ପୁଲିସର ସମନ୍ବୟକୁ ଗୁରୁତ୍ବ ଦେବା ସହ ଇସ୍ପାତ ମାର୍କେଟରେ ସିସି କ୍ୟାମେରା ଲଗାଇବା, ମୁଣ୍ଡା ମାର୍କେଟର ସମସ୍ୟା ଓ ବିଭିନ୍ନ ଅପରାଧକୁ ରୋକିବା ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଜନସାଧାରଣ ଓ ପୁଲିସ ମଧ୍ୟରେ ସମନ୍ବୟ ରହି ପାରିଲେ ଅପରାଧ ହ୍ରାସ ପାଇବ ବୋଲି ମତ ରଖିଥିଲେ । ଏହି ଅବସରରେ ଆମ ପୁଲିସ ତରଫରୁ ଶ୍ରୀମତୀ ରାଉତ ଓ ଇସ୍ପାତ ମାର୍କେଟର ନବନିର୍ବାଚିତ ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଆମ ପୁଲିସ ତରଫରୁ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ କବିତା ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବସନ୍ତ ନାୟକ, ଗଣେଶ ପଣ୍ଡା, ସନ୍ତୋଷ ରାଉତ, ସଞ୍ଜିବ ପଣ୍ଡା, ସଞ୍ଜୟ ରଜାକ, ପ୍ରମୋଦ ସେଠୀ, ଥାନା ପକ୍ଷରୁ ଏଏସ୍‌ଆଇ ସୁଷମା ସାହୁ, ଏଏସ୍‌ଆଇ ରୁଦ୍ର ଦାସ, ଗୀତାଞ୍ଜଳି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.