oom

ଦେଓଗାଁ ବ୍ଲକ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକବାର ଦିନ ୧୧ଟା ସମୟରେ ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡ଼ା ସ୍ଥିତ କଲ୍ୟାଣ ମଣ୍ଡପରେ ବ୍ଲକ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ କଂଗ୍ରେସ କମିଟି ସଭାପତି ରାମଜୀ ଚୌଧୁରୀ ସଭାପତିତ୍ୱ କରିଥିବା ବେଳେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟ ତଥା ରାଜ୍ୟ କଂଗ୍ରେସ ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ବୈଠକରେ କଂଗ୍ରେସ ଦଳକୁ ତଳ ସ୍ତରରୁ କିପରି ସଂଗଠିତ ହେବ । ରାଜ୍ୟରେ ଦୀର୍ଘ ବର୍ଷ ହେଲା ଚାଲିଥିବା ସରକାର ବିରୁଦ୍ଧରେ କିପରି ସାଧାରଣ ଲୋକଙ୍କ ନିକଟକୁ ଯାଇ ବୁଝାଯିବ ସେହି ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର, ବିଧାୟକ ବ୍ଲକ ପ୍ରତିନିଧି କାନ୍ତେଶ୍ୱର ପଧାନ, ବ୍ଲକ ଉପାଧ୍ୟୟ ସୂର୍ଯ୍ୟକାନ୍ତୀ ଛତ୍ରିଆ, ସମିତି ସଭ୍ୟ ସଂକିର୍ତ୍ତନ୍ୟ ବାଗ, ପଙ୍ଗଜିନୀ ଛତ୍ରିଆ, ଏସ୍‌ସି ସେଲ ସଭାପତି ମନବୋଧ ହରପାଲ, କିଷାନ ସେଲ ସଭାପତି ପ୍ରଦ୍ୟୁନ୍ନ ସାହୁ, ପୂର୍ବ ବ୍ଲକ ଅଧ୍ୟକ୍ଷ କୈଳାଶ ତାଣ୍ଡି, ବରିଷ୍ଠ ନେତା ଭଗିରଥ ମେହେର, ପୂର୍ବ ବ୍ଲକ ସଭାପତି ଯୁଗେଶ୍ୱର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଉପସ୍ଥିତ ଥିବା ଦେଓଗାଁ ବ୍ଲକର ଶତାଧିକ କଂଗ୍ରେସ ସଦସ୍ୟଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ କି କି ପଦକ୍ଷେପ ନେବ ପ୍ରସ୍ତାବ ଆଗତ କରିଥିଲେ ।

jittmm
Leave A Reply

Your email address will not be published.