oom

ଜନ୍ମାଷ୍ଟମୀ ପାଇଁ ଯାଦବ ସମାଜର ପ୍ରସ୍ତୁତି ବୈଠକ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳନ ପାଇଁ ରବିବାର ଯାଦବ ସମାଜର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବରପାଲି ସ୍ଥିତ ଜୟ ଗୋପାଳ କଲ୍ୟାଣ ମଣ୍ଡପଠାରେ ଯାଦବ ସମାଜର ବ୍ଲକ ସଭାପତି ମନଫୁଲ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀକୃଷ୍ଣ ଓ ସମଲେଶ୍ଵରୀଙ୍କ ଫଟୋଚ୍ଚିତ୍ରରେ ଦ୍ୱିପ ପ୍ରଜ୍ୱଳନ ପରେ ସଭା ଆରମ୍ଭ ହୋଇଥିଲା । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ତିନି ଦିନିଆ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତାବ ନିଆଯାଇଥିଲା । ଆସନ୍ତା ଅଗଷ୍ଟ ମାସ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହି ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ କରାଯିବ । ଯାତ୍ରାର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଗଲା । ଯାତ୍ରା କମିଟିର ମୁଖ୍ୟ ପରିଚାଳକ ଭାବରେ ପବିତ୍ର ବାଗ ମନୋନୀତ ହୋଇଥିବା ବେଳେ ଜୟକାନ୍ତ ମହାକୁର, ନନ୍ଦ କିଶୋର ବାଗ, ରସାନନ୍ଦ ଥପା, ହଜାରୁ ମହାକୁର, ବିଶ୍ଵାମିତ୍ର ପୋଡ, ବ୍ରହ୍ମାନନ୍ଦ ହାତୀ ପ୍ରମୁଖ ଯାତ୍ରା ପରିଚାଳନା କମିଟିରେ ରହିଛନ୍ତି । ଚଳିତ ବର୍ଷ ନନ୍ଦ ରାଜା ଭାବରେ କୁଞ୍ଜ ବିହାରୀ ରାଉତ ଓ ବସୁଦେବ ଭାବରେ ଧୀରେନ୍ଦ୍ର ଭୋଇ ସପତ୍ନିକ କର୍ତ୍ତା ଦାୟିତ୍ଵ ନିର୍ବାହ କରିବେ । ଆଜିର ଏହି ପ୍ରସ୍ତୁତି ବୈଠକରେ ଖାଡିଆ ବଗର୍ତ୍ତି, ଗୋବିନ୍ଦ ଯୁଆଡ଼ି, ଆନନ୍ଦ କାଣ୍ଡ, ମନୋରଞ୍ଜନ ବଗର୍ତ୍ତି, ମାଣିକେଶ୍ଵର ବାଗ, କାନ୍ନ ପୋଡ଼, ମନବୋଧ ଭୋଇ, ସଚିନ ଭୋଇ, ପୁରନ୍ଦର ଠେଲା, ବିହାରୀ ପୋଡ଼, ନିକୁଞ୍ଜ ଷଣ୍ଢ, ଅକ୍ଷୟ ଭୋଇ, ସଚିନ ଭୋଇ, ଫଗୁନୁ ଚାଉଁର, ଭାଗବତ କାଣ୍ଡ, ଦଇତାରୀ ବିଶି, ଦୂତିଆ ଭୋଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ବରିଷ୍ଠ ସଭ୍ୟ ଲକ୍ଷ୍ମୀ ଥପା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.