
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ରଥଯାତ୍ରା ପାଳନର ପ୍ରସ୍ତୁତି ପାଇଁ ବଲାଙ୍ଗିର ଟିକ୍ରାପଡା ସ୍ଥିତ ଚାନ୍ଦ ମନ୍ଦିର ରଥ କମିଟିର ପ୍ରସ୍ତୁତି ବୈଠକ ରବିବାର ଦିନ ଚାନ୍ଦ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ପ୍ରଦୀପ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ଠାରୁ ବାହୁଡାଯାତ୍ରା, ସୁନାବେଶ ପରିଚାଳନା ଉପରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ରଥଯାତ୍ରାରୁ ବାହୁଡାଯାତ୍ରା ପର୍ଯ୍ୟନ୍ତ ଏ ବର୍ଷ ମଧ୍ୟ ମାଉସୀ ଘର ରୂପେ ରାମ ଚରିତ ମାନସ ମନ୍ଦିର (ଡେଲି ମାର୍କେଟ)ରେ ହେବା ପାଇଁ ସ୍ଥିରିକୃତ ହୋଇଛି । ଏହି ଉପଲକ୍ଷେ ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ରାମ ଚରିତ ମାନସ ମନ୍ଦିରରେ ପ୍ରତ୍ୟହ ଚାନ୍ଦ ମନ୍ଦିର ରଥ କମିଟି ତରଫରୁ ସର୍ବସାଧାରଣଙ୍କ ପାଇଁ ଆନନ୍ଦ ବଜାରରେ ଖିଚିଡି ଭୋଗ ବଣ୍ଟନ କରାଯିବା ସହିତ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦଶ ଅବତାର ତଥା ବିଭିନ୍ନ ବେଶ ଦର୍ଶନ, ହେରା ପଂଚମୀରେ ଲକ୍ଷ୍ମୀଙ୍କ ରଥ ଭାଙ୍ଗିବା, ଷଷ୍ଠୀରେ ରଥ ମୋଡ, ନବମୀ ତିଥିରେ ପୋଡ ପିଠା ଭୋଇ ଓ ସନ୍ଧ୍ୟା ଦର୍ଶନ, ପହଣ୍ଡି, ସାଂସ୍କୃତିକ କାର୍ଯ୍ୟକ୍ରମ, ବାହୁଡାଯାତ୍ରା ଠିକ୍ ସମୟରେ ଅନୁଷ୍ଠିତ ହେବା ସହ ପବିତ୍ର ବଡ ଏକାଦଶୀରେ ଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହ ସନ୍ଧ୍ୟାରେ ସୁନାବେଶ ଉପଲକ୍ଷେ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟାର ଭଜନ ସମାରୋହ ଅନୁଷ୍ଠିତ ହେବା । ଦ୍ୱାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ଓ ତ୍ରୟୋଦଶୀ ତିଥିରେ ଶ୍ରୀ ଜୀଉମାନଙ୍କର ନିଳାଦ୍ରି ବିଜେ ହେବା ପାଇଁ କମିଟି ତରଫରୁ ସ୍ଥିରିକୃତ ହୋଇଛି । ଉକ୍ତ ବୈଠକରେ ବ୍ରଜ ବିହାରୀ ତ୍ରିପାଠୀ, ଅଶୋକ ଚାନ୍ଦ, ରଞ୍ଜିତ ପଣ୍ଡା, ନିମାଇଁ ହାତୀ, ମହେନ୍ଦ୍ର ବାଗ, ପଦ୍ମଲୋଚନ ଯୋଷୀ, ସତ୍ୟନାରାୟଣ ଶତପଥି, ଅନିଲ ଠାକୁର, କୃଷ୍ଣଚନ୍ଦ୍ର ରଥ, ରାଜୀବ ମିଶ୍ର, ଛାୟାକାନ୍ତ ସାହୁ, ସୁନାନିଧି ହୋତା, ବଳରାମ ମିଶ୍ର, ମନ୍ଦିରର ପୂଜକ କୃଷ୍ଣଚନ୍ଦ୍ର ମିଶ୍ର, ସୁଧିର ଚାନ୍ଦ, ରାଜୀବ ବେହେରା, ରାଜ କୁମାର ମିଶ୍ର, ଧୃବ ବେହେରା, ମୋତିଲାଲ ଅଗ୍ରୱାଲ, ରାମଚରିତ ମାନସ ମନ୍ଦିରର ସଭାପତି ସନ୍ତୋଷ କୁମାର ଅଗ୍ରୱାଲ, ଯୋଗୀରାମ ସାହୁ, କଙ୍ଗାଲୁ, ଆଲୋକ ଚାନ୍ଦ, ଶିବ ନାୟକ ତଥା ରଥ କମିଟିର ସମସ୍ତ ସଭ୍ୟ ଯୋଗ ଦେଇଥିଲେ ।