oom

ଅଂଶୁଘାତ ଓ ଗୃହକାର୍ଯ୍ୟ ଉପରେ ସଚେତନତା ବୈଠକ

jsmm

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଂଶୁଘାତରୁ ରକ୍ଷା ଓ ଗ୍ରୀଷ୍ମ ଅବକାଶରେ ଛାତ୍ରଛାତ୍ରୀମାନେ କିପରି ଗୃହକାର୍ଯ୍ୟ କରିବେ ତା’ ଉପରେ ସଚେତନତା ସଭା ଅନୁଷ୍ଠିତ ହୋଇଯାିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟ ପ୍ରକୋଷ୍ଠରେ ଛାତ୍ରଛାତ୍ରୀମାନଙ୍କ ପିତାମାତା ଓ ଅଭିଭାବକମାନେ ସଭାରେ ଯୋଗ ଦେଇଥିଲେ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକ ବନ୍ଦ ଅଛି ତେଣୁ ଛାତ୍ରଛାତ୍ରୀମାନଙ୍କୁ ଅବକାଶରେ ଗୃହକାର୍ଯ୍ୟ କରିବା ପାଇଁ ଦିଆଯାଇଛି । ପ୍ରତ୍ୟେକ ପିତାମାତା କିପରି ଗୃହକାର୍ଯ୍ୟ କରିବେ ଏବଂ ପାଠ୍ୟପୁସ୍ତକ ପଢିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା । ଭୀଷଣ ଖରା ହେଉଥିବାରୁ ଛାତ୍ରଛାତ୍ରୀମାନେ ଯେପରି ବାହାରେ ନ ବୁଲନ୍ତି ଏବଂ ବଡ ହେଉକି ଛୋଟ ପଦାକୁ ବାହାରିଲେ ମୁଣ୍ଡରେ ପଗଡି, ଗୋଡରେ ଚପଲ ଓ ପାଣି ବୋତଲ ନେଇ ଯିବାକୁ ପରାମର୍ଶ ଦିଆଯାଇଥିଲା । ଯଦି କେହି ଅଂଶୁଘାତର ଶିକାର ହୁଅନ୍ତି ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଶ୍ରୀ ଦାଶ କହିଥିଲେ । ପରିଶେଷରେ ଗୃହକାର୍ଯ୍ୟ କରିବା ପାଇଁ ଖାତା, ଡ୍ରଂଇଖାତା, କଲମ, ପେନ୍‌ସିଲ, ରବର ଦିଆଯାଇଥିଲା ।ଏହି ସଭାରେ ସିଆର୍‌ସିସି ଧନସିଂ ମାଝୀ, ଶିକ୍ଷକ ସୂର୍ଯ୍ୟକାନ୍ତ ରଣା, ଥମିର ଛତ୍ରିଆ, ମନୋଜ ତାଣ୍ଡୀ, ନରେଶ ତାଣ୍ଡୀ, ବିଦ୍ୟାଳୟ କମିଟି ସଭାପତି କୈବଲ୍ୟ ମାଝୀ, କାନ୍ତ ନାଗ, ଜୟ ନାଗ, ଶ୍ୟାମସୁନ୍ଦର ପାତ୍ର, ପୀତାମ୍ବର ସାହୁ, ବାବୁଲା ଭୋଇ ତଥା ପିତାମାତା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.