ସମ୍ଭାବ୍ୟ ବାତ୍ୟା ନେଇ ବିଏମ୍‌ସି ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ପ୍ରସ୍ତୁତି କରୁଛି ବିଏମ୍‌ସି । ବୁଧବାର ଏନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଗୁଆ ପ୍ରସ୍ତୁତି ନେଇ ଆଲୋଚନା ହେବ ।

ଖବର ଅନୁଯାୟୀ, ବୁଧବାର ବସିବାକୁ ଥିବା ବୈଠକରେ ଯୋଗ ଦେବେ ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ, WATCO ସମେତ ବିଏମସିର ଉଚ୍ଚ ପଦାଧିକାରୀ । BMCର ସମସ୍ତ ଟିମ୍ ପ୍ରସ୍ତୁତ ରହିଛନ୍ତି । ଆଗରୁ ମଧ୍ୟ ଅନେକ ବାତ୍ୟାକୁ ସାମ୍ନା କରିଛି ରାଜଧାନୀ । ସଜାଗ ଅଛନ୍ତି ସମସ୍ତ ଅଫିସର୍ । ବୈଠକ ପରେ ନିଆଯିବ ନିଷ୍ପତି । ଜିରୋ କାଜୁଆଲିଟ୍ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲଚନା ଦାସ୍ ।

Leave A Reply

Your email address will not be published.