ବିଜେପି ପକ୍ଷରୁ ବରିକେଲ ମଣ୍ତଳ ଦ୍ୱିତୀୟ କାର୍ଯ୍ୟକାରୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିକେଲ ମଣ୍ଡଳ ସ୍ତରୀୟ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଖୁଟ୍‌ପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମରମଣି ନାୟକ, ଝାରବନ୍ଧ ସାଂସଦ ପ୍ରତିନିଧି ହରିହର ସାହୁ, ରାଜବୋଡା ସମ୍ବର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ ପଦ୍ମପୁର ଏନଏସି ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା, ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ଦହିତା ମଣ୍ଡଳ ସଭାପତି କେତନ ମେହେରଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସାମିଲ ଥିଲେ । ନୂତନ ଭାବେ ବରିକେଲ ମଣ୍ଡଳରୁ ବରଗଡ ଜିଲ୍ଲା କମିଟିରେ ପ୍ରତିନିଧିତ୍ୱ କରୁଥିବା ମଣ୍ଟୁ ପାଣ୍ଡେ, ଲଷ୍ମୀକାନ୍ତ ବରିହା, ଶ୍ରୀମତୀ ସରସ୍ୱତୀ ସାହୁ, ଚିତ୍ରସେନ ବାଗଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା । ନୀରବଛିନ୍ନ ଭାବରେ ବର୍ଷ ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ ନିସ୍ଵାର୍ଥ ପର ଭାବେ କାମ କରିଥିବା ସାତ ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତା ନନ୍ଦଲାଲ ପଟେଲ, ରାମଚନ୍ଦ୍ର ବେହେରା, ଅନନ୍ତ ମେହେର, ବେଣୁଧର ସାହୁ, ଅର୍ଜୁନ ସାହୁ, ନରହରି ପାଣ୍ଡେ, ଜଗଦୀଶ ସାହୁ, ନିରଞ୍ଜନ ପ୍ରଧାନ, ରାମଚନ୍ଦ୍ର ବଡଗୁଛିଆଙ୍କୁ ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାରତୀୟ ଜନତା ପାର୍ଟି ପ୍ରତି ଆକୃଷ୍ଟ ହୋଇ ମନରଞ୍ଜନ ନେଗୀ ଓ ଦଳ ନେଗୀ ବିଜେପିରେ ଯୋଗଦାନ କରିଥିଲେ । ଶେଷରେ ବରଗଡ ସାଂସଦ ସୁରେଶ ପୂଜାରୀ ପାଲ୍ୟାମେଣ୍ଟରେ ନୃସିଂହନାଥ ଗନିଆପାଲି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଦାବୀ ରଖିଥିବାରୁ ସାଂସଦକୁ ଧନ୍ୟବାଦ ଦେବା ସହ ମୋଦୀ ସରକାର ଓଡିଶାକୁ ଗୁରୁତ୍ୱ ଦେଇ ନୂତନ ଭାବେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.