ଦେଓଗାଁ, (ମନୀଷ କୁମାର ସାହୁ) : କରୋନା କଟକଣା ଯୋଗୁଁ ମଙ୍ଗଳବାର ଦିନ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଦେଓଗାଁ ବ୍ଲକ ବିଭିନ୍ନ ଗାଁରେ ରଥଯାତ୍ରା ଭଳି ରଥଟଣା ବନ୍ଦ ରହିଥିଲା । କେବଳ ମନ୍ଦିର ଭିତରେ ପୂଜାର୍ଚ୍ଚନା କରି ପାଳନ କରାଯାଇଥିବା ଦେଖିବାକୁ ମିଲିଛି । ଦେଓଗାଁ ବ୍ଲକ କଛାରପାଲି ସହ ଜରାସିଂହା, ଅର୍ଡା, ମୁରସିଂହ, ସାଲେପାଲି, ରତନପୁର, କୁତୁର୍ଲା, ସିଆଲବାହାଲି, ସିକୁଆଁ, କରୁଆଁଝର, ଗୌଡଗୋଠ, ବଡବାହାଲ, ରତାଖଣ୍ଡି ସହ ବିଭିନ୍ନ ଗାଁରେ ରଥଟଣା ବନ୍ଦ ରଖି ବିଧି ପୂର୍ବକ ପୂଜାର୍ଚ୍ଚନା କରି ବାହୁଡ଼ା ଯାତ୍ରା ପାଳନ କରାଯାଇଥିଲା ।