ସଇଁନ୍ତଲା ଅଞ୍ଚଳରେ ବାଘ ବୁଲୁଥିବା ନେଇ ଭିଡ଼ିଓ ଭାଇରାଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳରେ ଏକ ବାଘ ବୁଲୁ ଥିବା ନେଇ ଏବେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତେବେ ବାଘ ଟି କେଉଁ ଅଞ୍ଚଳରେ ବୁଲୁଛି ତାହାର କାରଣ ଅସ୍ପଷ୍ଟ ରହିଛି । ସୂଚନା ଯୋଗ୍ୟ ଯେ, ବଡ଼ମାଲ ଗୋଳାବାରୁଦ କାରଖାନାରେ ଅନେକ ଥର କଲରାପତରିଆ ବାଘ ବୁଲୁଥିବା ନେଇ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିବା ବେଳେ ବରାହ ଫାସରେ ବାଘର ମୃତ୍ୟୁ ମଧ୍ୟ ହୋଇ ସାରିଛି । ତେବେ କିଛି ଦିନ ତଳେ ସ୍ଥାନୀୟ ବ୍ଳକର କଁସର ଗ୍ରାମରେ ଜଣେ ଲୋକଙ୍କ ଘରରୁ ବାଘ ଛାଲ ମଧ୍ୟ ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ ହୋଇଥିବା ବେଳେ ବନ ବିଭାଗ ସଫଳତା ମଧ୍ୟ ହୋଇଛି । କିନ୍ତୁ ବର୍ତ୍ତମାନ ଏହି ଭିଡ଼ିଓ ଭାଇରାଲ ହେବା ପରେ ଅଞ୍ଚଳରେ ଭୟର ବାତା ବରଣ ମଧ୍ୟ ଦେଖାଦେଇଛି ।

Leave A Reply

Your email address will not be published.