om academy

ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଲା ବାଘ

jsm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ବାଘ ଆତଙ୍କ । ମଣିଷ ପରେ ଏବେ ବାଛୁରୀ ଶିକାର କରୁଛି ବାଘ । ସୂଚନା ଅନୁସାରେ ଗତକାଲି ରାତିରେ ଚିଟିରାମ ସତନାମୀଙ୍କ ଗୁହାଳରୁ ବାଛୁରୀକୁ ମାରି ଖାଇଛି ବାଘ ।

ଏଇ କିଛିଦିନ ମଧ୍ୟରେ ନୂଆପଡ଼ା ଓ କୋମନା ବ୍ଲକ୍ ଅଞ୍ଚଳର ୧୬ଟି ଗାଈ ଓ ବାଛୁରୀଙ୍କୁ ମାରି ଖାଇ ସାରିଲାଣି ବାଘ । ଗତ ମାସ ୧୯ ତାରିଖରୁ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଜାରି ରହିଛି । ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ୧୩ଟି ଟ୍ରାପ୍ କ୍ୟାମେରା ଲଗାଇବା ପରେ ବାଘ ବୁଲୁଥିବା ଦୃଶ୍ୟ କଏଦ୍ ହୋଇଥିଲା ।

ଏନେଇ ବନ କର୍ମଚାରୀ କେହି ଏକୁଟିଆ ଘରୁ ନବାହାରିବା ସହ ଜରୁରୀ କାମ ପଡ଼ିଲେ ୩ରୁ ୪ ଜଣ ବ୍ୟକ୍ତି ଠେଙ୍ଗାବାଡ଼ି ଧରି ବାହାରକୁ ଯିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.