oom

ହାପି ମୋମେଣ୍ଟସ ଇଣ୍ଡିଆର ମାସିକିଆ ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆର ମାସିକିଆ ବୈଠକ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱ ଓ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦିନର କାର୍ଯ୍ୟକ୍ରମ ସମ୍ପର୍କରେ, ସଦସ୍ୟଙ୍କ ଆର୍ଥିକ ଅଭିବୃଦ୍ଧି, ସାମାଜିକ ଦାୟିତ୍ଵବୋଧ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାର ଶ୍ରୀରାମ ଫାଇନାନ୍ସର ଆଞ୍ଚଳିକ ମୁଖ୍ୟ ଲକ୍ଷ୍ମୀ ନୃସିଂହ ପଟ୍ଟନାୟକ, ଦେବାଶିଷ ଦାସ, ଉପଦେଷ୍ଟା କୁଞ୍ଜବିହାରୀ ରାଉତ, ଗ୍ରେସି ଡେଭିଡ, ବିଦ୍ୟୁତଲତା ସୂତାର, ସୁନ୍ଦର ସାହୁ, ସସ୍ମିତା ପ୍ରଧାନ, ପ୍ରଶାନ୍ତ ନାୟକ, ଧନଞ୍ଜୟ ଚୈ।ଧୁରୀ, ମନୀଶା ଭଞ୍ଜ, ଜିତେନ୍ଦ୍ର ପ୍ରସାଦ ପଣ୍ଡା, ସୈାମ୍ୟରଞ୍ଜନ ରାଉତ, ତାପସ ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବୈଠକର ନିଷ୍କର୍ଷ ଅନୁଯାୟୀ ଆସନ୍ତା ୮ ତାରିଖ ଦିନ ସହରର ବିଭିନ୍ନ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ, ଆସନ୍ତା ଜୁନ ୨୯ ତାରିଖରେ ସମ୍ବଲପୁରଠାରେ ଅନୁଷ୍ଠାନର ଜାତୀୟ କାର୍ଯ୍ୟକ୍ରମ କରାଯାଇଥିଲା । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନୁଷ୍ଠାନର ଅନ୍ୟତମ ଅଂଶ ରାୟଗଡ଼ା ଜିଲ୍ଲାର ଠକ୍କର ବାପା ଆଶ୍ରମ ଠାରେ ସଦସ୍ୟ ବିପିନ ଚୈ।ଧୁରୀ, ବିପିନ ବିଶ୍ୱାଳଙ୍କ ନେତୃତ୍ୱରେ ୩୦ ଗୋଟି ଫଳ ବୃକ୍ଷଚାରା ରୋପଣ କରାଯାଇଥିଲା । ଶେଷରେ ଶ୍ରୀ ପଣ୍ଡା ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.