ପଣ୍ଡରାପାଲିରେ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିଲେ । ୯ଟି ବିଦ୍ୟାଳୟରୁ ୧୬ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଭାବେ ସମାଜସେବୀ ଦୀନବନ୍ଧୁ ଖମାରୀ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଚଳିତ ଅଗଷ୍ଟ ମାସର ଶିଶୁବାଟିକା, ପ୍ରଥମ, ଦ୍ଵିତୀୟ, ତୃତୀୟ ଶ୍ରେଣୀ ପାଇଁ ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠ୍ୟ ଯୋଜନା, ଆଦର୍ଶ ପାଠ ଟୀକା ଓ ଶିକ୍ଷକ ଗତିବିଧି ଯୋଜନା, ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ବହୁ ଶ୍ରେଣୀ ଶିକ୍ଷଣ ପରିଚାଳନା, ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଗଣିତ ଶିକ୍ଷାଦାନ କୌଶଳ, ସ୍ଥାନୀୟ ବିଦ୍ୟାଳୟର ଅଭିନବ କାର୍ଯ୍ୟ, ଶିଶୁବାଟିକା କାର୍ଯ୍ୟପୁସ୍ତିକା ଓ ଶିକ୍ଷକ ସହାୟକ ପୁସ୍ତିକା, ପ୍ରଗତି ପତ୍ର, ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗଜବନ୍ଧ ବରିଷ୍ଠ ଏସଇଏସ ପ୍ରଧାନଶିକ୍ଷକ ପଞ୍ଚାନନ କମ୍ପ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ । ଶିକ୍ଷକ କୈଳାଶ ଚନ୍ଦ୍ର ରଣା, ତୁଳସୀରାମ ଭୋଇ, ହାରାଧନ ରଣା, କୁଶ ପୁଟେଲ, ବିଶ୍ଵଦେବ ବେରିଆ, ଅଜୟ ପଧାନ, ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦ, ଚୁମକି ବିଶି, କଳ୍ପନା ସେଠୀ, ରଶ୍ମିତା କୁଅଁର, ମାନସୀ ନାଗ, ଅଲ୍ଲୀକା ନାଗ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସୂର୍ଯ୍ୟଭାନୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.