ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କାଇସକନ୍ଦା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିଲେ । ନଅ ଟି ବିଦ୍ୟାଳୟରୁ ୧୬ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଥମେ ଦିବଂଗତ ପ୍ରାକ୍ତନ ସରପଞ୍ଚ ବଲ୍ଲଭ ଖେତୀଙ୍କ ଅମର ଆତ୍ମା ର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଚଳିତ ଜୁଲାଇ ମାସର ଶୈକ୍ଷିକ କ୍ୟାଲେଣ୍ଡର, ଏକାଡେ଼ମିକ କ୍ୟାଲେଣ୍ଡର, ନମୁନା ପାଠ୍ୟ ଯୋଜନା, ଲକ୍ଷ୍ୟ ପୋଷ୍ଟର, ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ବହୁ ଶ୍ରେଣୀ ଶିକ୍ଷଣ ପରିଚାଳନା, ପରିସୀମା ଓ କ୍ଷେତ୍ରଫଳ ମାପିବା ପାଇଁ ଜିଓ ବୋର୍ଡର ବ୍ୟବହାର, ବିଦ୍ୟାଳୟ ସମୟ ସାରଣୀ, ସ୍ଥାନୀୟ ବିଦ୍ୟାଳୟର ଅଭିନଵ କାର୍ଯ୍ୟ, ଶିଶୁବାଟିକା କାର୍ଯ୍ୟପୁସ୍ତିକା ଓ ଶିକ୍ଷକ ସହାୟକ ପୁସ୍ତିକା, କମ୍ପୁଟର ଟାବଲେଟର ବ୍ୟବହାର, ଶିକ୍ଷଣ ଉପକରଣ, ମୋ ଡାଏରୀ, ମୋ ଖାତା, ଗଣିତ ଖାତା, ଚିତ୍ରାଙ୍କନ ଖାତା, କାର୍ଯ୍ୟ ପୁସ୍ତିକାର ବ୍ୟବହାର, ସମୟାନୁବର୍ତ୍ତିତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ସାମ୍ବାଦିକ କିଶନ ଅଗ୍ରୱାଲ ଯୋଗଦେଇ ବିଦ୍ୟାଳୟ ବିକାଶ ଯୋଜନା ଓ ବିଦ୍ୟାଳୟ ସୁରକ୍ଷା ଯୋଜନାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଶିକ୍ଷକ କୈଳାଶ ଚନ୍ଦ୍ର ରଣା, ନନ୍ଦକିଶୋର ବିଶି, ରଘୁନାଥ ବାଘ, ମୋହନ ଚରଣ ନାଏକ, ତୁଳସୀରାମ ଭୋଇ, ଅଭିରାମ ପରାଭୂଏ, ଦିବାକର ବଢ଼େଇ, ବିକାଶ ଭରାସାଗର, ଶିକ୍ଷୟିତ୍ରୀ ମାନିନୀ ବାଘ, କଳ୍ପନା ସେଠୀ, ରଶ୍ମିତା କୁଅଁର, ମାନସୀ ନାଗ, ଲଳିତା ଭୁଏ ସହଯୋଗ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ପ୍ରକୃତିମିତ୍ର ପୁରସ୍କାର ପାଇ ଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ଶିକ୍ଷକ ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post