
ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ଓ ଆସନ୍ତା ମାସରେ ବିଭିନ୍ନ ଧର୍ମର ପର୍ବପର୍ବାଣୀ ପଡ଼ୁଥିବାରୁ ସେକ୍ଟର ୧୯ ଥାନାର ଆମ ପୁଲିସ ତରଫରୁ ଏକ ଶାନ୍ତି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୧୯ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକଙ୍କ ଅଧ୍ୟକ୍ଷତା ଓ ଆମ ପୁଲିସର ବରିଷ୍ଠ କର୍ମକର୍ତ୍ତା ଡ଼ଃ ସୁମନ ଦତ୍ତ ଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ସମ୍ପ୍ରଦାୟ, ପୂଜା କମିଟି ଓ ମାର୍କେଟ କମିଟିର କର୍ମକର୍ତ୍ତାଗଣ ଅଂଶଗ୍ରହଣ କରି ଆଲୋଚନା କରିଥିଲେ । ଆସନ୍ତା ୫ ତାରିଖ ଦିନ ମହମ୍ମଦ ଜୟନ୍ତୀ ଉପଲକ୍ଷେ ସେକ୍ଟର ୨୦ ଆଜାଦ ବସ୍ତିରୁ ଶୋଭାଯାତ୍ରା, ୭ ତାରିଖରେ ଖୁଦୁରୁକୁଣୀ ଶୋଭାଯାତ୍ରା,୧୭ ତାରିଖରେ ବିଶ୍ଵକର୍ମା ପୂଜା, ୨୭,୨୮ ତାରିଖ ବେଳକୁ ସାର୍ବଜନୀନ ଦୁର୍ଗାପୂଜା, ଅକ୍ଟୋବର ମାସରେ ଗଜଲକ୍ଷ୍ମୀ ଓ କାଳୀ ପୂଜା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ଧର୍ମାବଲମ୍ବୀ ମାନେ ଶାନ୍ତିଶୃଙ୍ଖଳା ସହ ସହରରେ ଭାତୃଭାବ, ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣରେ ପର୍ବପର୍ବାଣୀ ମାନିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ସେହିପରି ସେହିପରି ସେକ୍ଟର ୧୯ ଥାନା ଅଞ୍ଚଳରେ ଛିନତାଇ, ଚୋରି ଓ ଅନ୍ୟାନ୍ୟ ଅପରାଧିକ ମାମଲା ହ୍ରାସ ପାଇଥିବାରୁ ଉପସ୍ଥିତ ସଦସ୍ୟମାନେ ସେକ୍ଟର ୧୯ ଥାନା କର୍ତ୍ତୁପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ଡ଼ଃ ଦତ୍ତ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଥାନା ପ୍ରଭାରୀ ଶ୍ରୀ ନାୟକ ପୂଜା ସମୟରେ ସମସ୍ତେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ସନ୍ତୋଷ କୁମାର ସ୍ୱାଇଁ, ସଂଗ୍ରାମ କେଶରୀ ମହାନ୍ତି, ଗଣେଶ ଜୟସିଂହ, ସୁନିଲ ଜେନା, କୃଷ୍ଣଚନ୍ଦ୍ର ମିଶ୍ର, ସୁଶାନ୍ତ କୁମାର ସ୍ୱାଇଁ, ମନୋଜ କୁମାର ନାୟକ, ଏମଡି ଅମଜାଦ, ଏମଡି ଫାରୁକ, ମୋଘଲା ଖାନ୍, ରହମତ ଖାନ, ଥାନା ସବଇନ୍ସପେକ୍ଟର ରାଜେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।