centurian jitm

ପ୍ରସିଦ୍ଧ ନୃସିଂହନାଥ ବୈଶାଖ ମେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶ୍ରୀ ଶ୍ରୀ ନୃସିଂହନାଥ ପ୍ରସିଦ୍ଧ ବୈଶାଖ ମେଳାର ଚତୃର୍ଥ ଦିନ ଶନିବାର ରାତ୍ର ୯ଟାରେ ସାଂସ୍କୃତିକ କର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରଗଡ ବିଧାୟକ ଅଶ୍ୱପିନୀ ଷଡଙ୍ଗୀ, ବିଜେପୁର ବିଧାୟକ ସନତ ଗଡତିଆ, ଅତାବିରା ବିଧାୟକ ନିହାର ମହାନନ୍ଦ, ସାଂସଦ ପ୍ରତିନିଧି ଗୋବର୍ଦ୍ଧନ ଭୋଇ, ମନ୍ଦିର ଟ୍ରଷ୍ଟି ତଥା ପାଇକମାଲ ଏବିଡିଓ ଦେବାଶିଷ ସିହ୍ନା ଯୋଗ ଦେଇଥିଲେ । ମନ୍ଦିର କାର୍ଯ୍ୟନିର୍ବାହି ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଅତିଥି ପରିଜୟ ପ୍ରଦାନ କରିଥିଲେ । ବୈଶାଖ ମେଳା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ମେଳା କମିଟିର ସଦସ୍ୟ ସୁଶାନ୍ତ ମିଶ୍ର ଉଦ୍‌ଘାଟନୀ ସଭାକୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ମୁଷିକଦତ୍ୟ ଦରବାର ପରିବେଶିତ ହୋଇଥିଲା । ଏହା ପରେ ସମ୍ବଲପୁରୀ ଲୋକନୃତ୍ୟ ଢଲିଆ ଖୁସା କଳାପରିଷଦ ବରଗଡ, ଓଡିଶୀନୃତ୍ୟ ପ୍ରଜ୍ଞାନ ନୃତ୍ୟାଆନ ଖୋର୍ଦ୍ଧା, ଆଦିବାସୀ ନୃତ୍ୟ – ଯାତ୍ରୀ ଖଟଖଟିଆ ବୌଦ୍ଦ, ସମ୍ବଲପୁରୀ ନୃତ୍ୟ କେଜିଭିପି ମାଣ୍ତୋସିଲ, ସମ୍ବଲପୁରୀ ଲୋକ ନୃତ୍ୟ ସତ୍ରଘ୍ନ ସୁଲହ ଭରନୀଙ୍କ ଦ୍ୱାରା ପରିବେଷଣ ଦେଖି ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ଦର୍ଶକ । ଚଳିତ ବର୍ଷ ଓଡିଶା ମାଟ୍ରିକ ଟପର ବବିତା ରଥ ଓ ପ୍ରକୁତି ବନ୍ଧୁ ମିନକେତନ ସାହୁଙ୍କୁ ମେମଣ୍ଟ ଓ ଉପଢୌକନ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ସେହିପରି ହନୁମାନ ବାଟିକା ନିକଟସ୍ଥ ଶ୍ରୀ ଶ୍ରୀ ନୃସିଂହନାଥ ମାର୍ଜାର କେଶରୀ ମଣ୍ଡପରେରେ ସନ୍ଧ୍ୟା ୯ଟାରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଥିଲା । ଏହି ମଣ୍ଡପକୁ ଟାଇଲ ଚନ୍ଦ୍ର ଭୋଇ, ବଡ ଶତପଥୀ, ସୁରଥ ସାହୁ, ଧିରେନ ମହାନ୍ତି, ବିନୋଦ କାଲିଆ, କୁସୁମ ରାଓ ପ୍ରମୁଖ ଯୋଗ ଦେଇଥିଲେ । ଥମେ ଡୁମେରବାହଲ ୟୁପିସ୍କୁଲ ପାହାନ୍ତିତରା ଗୃପ ଦ୍ୱିତିୟରେ ରସଂ କିର୍ତ୍ତନ ପ୍ରଭାତି କିର୍ତ୍ତନ ପାଟି ମୁନିକେଲ ତୃତୀୟରେ ଝରଣ କଳା ପରିଷଦ ସାଁପଲହର ଭଜନ ପରିବେଷଣ କରିଥିଲେ । ସନ୍ଧ୍ୟା ଅନୁରୂପ ଭାବରେ ଯଜ୍ଞ ମଣ୍ତପରେ ମଧ୍ୟ ନୀତି ନିଷ୍ଠାର ସହିତ ଆଜି ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଆଜି ପୂବାହ୍ନରେ ଯଜ୍ଞ ମଣ୍ତପରେ ୧୨ଜଣ ଦକ୍ଷ ପଣ୍ତିତଙ୍କୁ ନେଇ ବିଶ୍ଵଶାନ୍ତି ମହାଯଜ୍ଞ ପୀଠରେ ଚାଲିଛି ପୁଜା ପାଠ ସହ ହୋମଯଜ୍ଞରେ ପଣ୍ଡିତ ମାନେ ୨୯୨୦୦ ନୃସିଂହବୀଜ ମନ୍ତ୍ର ଜପ ସହ ୩ଦିନ ଧରି ମୋଟ ୮୫୬୦୦ ନୃସିଂହବୀଜ ମନ୍ତ୍ର ଜପ କରିଛନ୍ତି । ଏଥିସହ ମଣ୍ଡପରେ ବ୍ରଜ୍ଝହ୍ମଣ ପୂଜନ, ସୂର୍ଯ୍ୟ ପୁଜା, ତୋରଣ ପୁଜା, ବାସ୍ତୁ ପୁଜା ପ୍ରଭୃତି ହୋଇ ଥିବା ବେଳେ ୩୬୦୦, ଆହୁତି ପ୍ରଦାନ କରାଯାଇଛି ବୋଲି ପଣ୍ଡିତ ଡିଗ୍ରୀଧର ଦେବତା ଜଣାଇଛନ୍ତି ।

Leave A Reply

Your email address will not be published.