jayashree

୩୫ତମ ଜାତୀୟ ସବ୍‌ ଜୁନିୟର ବ୍ୟାଡମିଣ୍ଟନ

  • ଆଜି ହେବ ଫାଇନାଲ
  • ବାଳିକା ଓଡିଶାର ତନଭି ଓ କର୍ଣ୍ଣାଟକର ସାଇନା ମନିମୁଥୁ
  • ବାଳକ କର୍ଣ୍ଣାଟକର ପୁଷ୍କର ସାଏ ଓ ଦିଲ୍ଲୀର ହରସିତ କ୍ଷତ୍ରୀ ଭିତରେ ମୁକାବିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୫ତମ ଜାତୀୟ ସବ୍‌ ଜୁନିୟର ଚମ୍ପିୟାନସିପ୍‌ ଯାହାକି ପୃଥ୍ୱୀରାଜ ହାଇସ୍କୁଲ ବଲାଙ୍ଗିର ଇନ୍‌ଡୋର ଷ୍ଟାଡିୟମରେ ଗତ ୪ଦିନ ଧରି ଚାଲିଛି । ଆଜି ତାର ଫାଇନାଲ ଖେଳ । ଭାରତୀୟ ବ୍ୟାଡମିଣ୍ଟନ ସଂଘ, ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଓ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ସେମିଫାଇନାଲ ଖେଳରେ ବାଳିକା ସିଙ୍ଗଲି୍‌ସ୍‌ରେ ଓଡିଶାର ତନଭି ପତ୍ରି ତାମିଲନାଡୁର ହନ୍‌ସିନି ଚନ୍ଦରମକୁ ୨୧-୧୬ ଓ୨୧-୦୮ରେ ସିଧାସଳଖ ପରାଜିତ କରି ଫାଇନାଲରେ ପହଞ୍ଚି ଛନ୍ତି । ସେହିପରି ବାଳିକା ବିଭାଗ ଅନ୍ୟ ଏକ ସେମିଫାଇନାଲରେ କର୍ଣ୍ଣାଟକାର ସାଇନା ମନିମୁଥୁ ହରିୟାନାର ଜୋଏଲ ରାଣାଙ୍କୁ ୧୨-୨୧, ୨୧-୧୬ ଓ ୨୧-୧୮ର ତିନୋଟି ସେଟ୍‌ର ସଂଘର୍ଷପୂର୍ଣ୍ଣ ଖେଳରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି । ଆଜି ଏହି ଉଭୟେ ତନ୍‌ଭିପତ୍ରି ରେଙ୍କ ନଂ.୩ ଓ କର୍ଣ୍ଣାଟକର ସାଇନା ମଣିମୁଥୁ ଯେ କି ଦେଶର ଏକ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ତାଙ୍କ ଭିତରେ ଜୋରଦାର ଲଢେଇ ହେବ । ସେହିପରି ବାଳକ ବିଭାଗରେ କର୍ଣ୍ଣାଟକର ପୁଷ୍କର ସାଏ ପଶ୍ଚିମବଂଗର ସ୍ୱୟମ ଜ୍ୟୋତି ଘୋଷଙ୍କୁ ୨୧-୧୪, ୧୫-୨୧ ଓ ୨୧-୭ରେ ହରାଇ ବାଳକ ଫାଇନାଲରେ ପହଞ୍ଚିଛନ୍ତି । ଅନ୍ୟ ପକ୍ଷରେ ଦିଲ୍ଲୀର ହରସିତ କ୍ଷତ୍ରି ଆନ୍ଧ୍ରପ୍ରଦେଶର ହେମନ୍ତ ସିଂଙ୍କ ୨୧-୧୨, ୨୧-୧୨ ସିଧାସଳଖ ସେଟରେ ହରାଇ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଶା କରାଯାଉଛି ଟପ୍‌ ସିଟ୍‌ ପୁଷ୍କର ସାଏ ଏବଂ ହେମନ୍ତ ସିଂଙ୍କ ମଧ୍ୟରେ ଆଜିର ଫାଇନାଲ ଖେଳରେ କଡା ମୁକାବିଲା ହେବ । ଏହି ସବ୍‌ଜୁନିୟର ଜାତୀୟ ଚମ୍ପିୟାନସିପ୍‌ରେ ଭାରତୀୟ ବ୍ୟାଡମିଣ୍ଟନ ସଂଘ ଉପ-ସଭାପତି ମୁରଲିଧରନ, ବୈଷୟିକ କମିଟିର ରାକେଶ ଶେଖର, ଅନ୍ତର୍ଜାତୀୟ ରେଫରି ଏବଂ ଅମ୍ପିୟାର ପିଆନ୍‌ସି ଦଥାନ, ସୁଧିର ଭାର୍ବେ, ମ୍ୟାଚ କଣ୍ଟ୍ରୋଲର ଜି. ପ୍ରଶାନ୍ତ, ରେଫରି ଡ. ସତିଶ ମାଲ୍ୟା, ଡେପୁଟି ରେଫରି ରୀତା ଦାଶ, ସାଂଗଠାନିକ ସଂପାଦକ ଲିଲିନ କୁମାର, ରାଜ୍ୟ ଉପସଭାପତି ପ୍ରଦୀପ ପଟ୍ଟନାୟକ, ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଂପାଦକ ତଥା ଜାତୀୟ ସବ୍‌ ଜୁନିୟର ଚମ୍ପିୟାନସିପ୍‌ର ସଂଯୋଜକ ସୁରୁଲାଲ ମଟାରୀ, ଦିପକ ମହାନ୍ତି, ମନୋରଂଜନ ଦାଶ, ଶୁଭମ ଶର୍ମା, ପ୍ରମୁଖ ଚମ୍ପିୟାନସିପ୍‌ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.