ସନ୍ଧ୍ୟା ସୁଦ୍ଧା ହସ୍ତଗତ ହୋଇଥିବା ବ୍ୟାଡମିଣ୍ଟନ ସ୍କୋର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପ୍ରଥମ ଦିନରେ ସାରା ରାଜ୍ୟରୁ ମିନି ଓ ସବ୍‌ ଜୁନିଅର ବର୍ଗର ପ୍ରାୟ ୯୩ ଜଣ ଓ ୮୫ ଗୋଟି ମ୍ୟାଚ ଖେଳାଯିବାର ବ୍ୟବସ୍ଥା ହୋଇଥିଲା । ଉଭୟ ବାଳକ ଓ ବାଳିକା ବର୍ଗରେ ବ୍ୟାଡମିଣ୍ଟନ ଖେଳାଳିମାନେ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ସମୁଦାୟ ୬୦ ଗୋଟି ମ୍ୟାଚ ହୋଇ ସାରିଥିବା ବେଳେ ୧୫ ବର୍ଷର୍ ବାଳକ ବର୍ଗରେ ଦୁର୍ଗା ସେଠି, ବିଭୁଦତ୍ତ ବିଶ୍ୱାଳ, ଅମ୍ରିବିନୟ ପ୍ରଧାନ, ସୋମ୍ୟଜିତ ସାହୁ, ରାଜ ମାଝି, ଜୟକୃଷ୍ଣ ଗର୍ଡିଆ, ବାପୁନ ରାଉତ ଓ ଓଜୋଦୀପ ମାଝୀ କ୍ୱାଟର ଫାଇନାଲ ସ୍ତରକୁ ଉନ୍ନିତ ହୋଇଛନ୍ତି । ୧୫ ବର୍ଷ ବାଳିକା ବର୍ଗରେ ଅଂଶିକା ବାରିକ, ଦିପ୍ତିିମୟୀ, ଏସ. ଆୟୁଷୀ, ସ୍ୱାତୀ ନାୟକ, ଅନ୍ୱିତା ପ୍ରହରାଜ, ବେବି ଦାସ, ଅକାଂକ୍ଷା ଦାସ ଓ ନିମିଷା ଓଝା କ୍ୱାଟର ଫାଇନାଲରେ ପାଦ ଦେଇଛନ୍ତି । ୧୭ ବର୍ଷ ବାଳକ ବର୍ଗରେ ଜ୍ୟୋତିଆଦିତ୍ୟ ପଟ୍ଟନାୟକ, ଶ୍ରୀଜିତ ବାନାର୍ଜି, ଜୀବନ ପଣ୍ଡା, ଓଜୋଦୀପ ମାଝୀ, ଶ୍ରୀୟାଂଶ ଜେନା, ବାପୁନ ରାଉତ ଓ ଦିବ୍ୟମ କେଜ୍ରିୱାଲ କ୍ୱାଟର ଫାଇନାଲକୁ ପହଞ୍ଚିଛନ୍ତି । ୧୧ବର୍ଷ ବାଳିକା ବର୍ଗରେ ଲକ୍ଷ୍ମୀପ୍ରିୟା, ଦର୍ଶନା ଜୟଦେବ, ସାନଭୀ ସାହୁ ଓ ବରେନ୍ୟା ପଟେଲ ସେମିଫାଇନାଲକୁ ପହଞ୍ଚିଛନ୍ତି । ୧୧ ବର୍ଷ ବାଳକ ବର୍ଗରେ ଅୟଙ୍କ ସାହୁ, ଗୌଡ କାର୍ତ୍ତିକେୟ, ଅନୁରୁପ ସାହୁ ଓ ପ୍ରଦ୍ୟୁମ୍ନ ସାମଲ ସେମିଫାଇନାଲକୁ ଉନ୍ନିତ ହୋଇଛନ୍ତି । ସହରର ଖେଳ ପ୍ରେମୀ, ଖେଳାଳି ଓ ଅଭିଭାବକମାନେ ଖେଳର ମଜା ଉଠାଇଥିଲେ ।

Leave A Reply

Your email address will not be published.

error: Content is protected !!