shyamal

ଉପନିର୍ବାଚନରେ ବିଜେପିକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ : ୭ ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବା ବେଳେ ଏଥିରେ ଇଣ୍ଡିଆ ମେଂଟକୁ ମିଳିଛି ୧୦ଟି ଆସନ । ବିଜେପିକୁ ୨ଟି ସିଟ୍‌ ମିଳିଥିବା ବେଳେ ଗୋଟିଏ ସିଟ୍‌ ସ୍ୱାଧୀନ ପ୍ରାର୍ଥୀଙ୍କ ହାତରେ ରହିଛି । ଲୋକସଭା ନିର୍ବାଚନ ପରେ ୭ ରାଜ୍ୟର ୧୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଇଣ୍ଡିଆ ମେଂଟକୁ ଜବର୍‌ଦସ୍ତ ସଫଳତା ଦେଇଛି । ଉପନିର୍ବାଚନରେ ହିମାଚଳ ଓ ଉତ୍ତରାଖଣ୍ଡରେ କମାଲ୍‌ କରିଛି କଂଗ୍ରେସ । ସେହିପରି ପଶ୍ଚିମବଙ୍ଗରେ କ୍ଲିନ୍‌ ସ୍ୱିପ୍‌ କରିଛି ତୃଣମୂଳ କଂଗ୍ରେସ । ମଧ୍ୟପ୍ରଦେଶ ଓ ହିମାଚଳରେ ଗୋଟିଏ ଲେଖାଏଁ ଆସନ ପାଇଛି ବିଜେପି ।

purusottam
Leave A Reply

Your email address will not be published.