ବାଡ଼ ଭାଙ୍ଗି ଘରେ ପଶିଲା ବିଏମ୍‌ଡ଼ବ୍ଲୁ କାର୍‌

ଭୁବନେଶ୍ୱର : ବାଡ଼ ଭାଙ୍ଗି ଘରେ ପଶିଲା ବିଏମ୍‌ଡ଼ବ୍ଲୁ କାର, ଅଳ୍ପକେ ବର୍ତ୍ତିଲେ ପରିବାର । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ୟୁନିଟ – ୪ ଶାସ୍ତ୍ରୀ ନଗରରେ । ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ ଏକ ବିଏମ୍‌ଡ଼ବ୍ଲୁ କାର୍‌ ଦ୍ରୁତଗତିରେ ଆସି ବାଡ଼ ଭାଙ୍ଗି ଘରେ ପଶିଯାଇଥିଲା । ଏହି ଘଟଣା ଘଟିବା ପରେ ଅଞ୍ଚଳରେ ଚହଳ ପଡ଼ି ଯାଇଥିବା ବେଳେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍‌ ଚାଳକ ଓ ପରିବାର ଲୋକେ ।

Leave A Reply

Your email address will not be published.