ବାବା ସାହେବ ଆମ୍ବେଦକରଙ୍କର ମହାପରି ନିର୍ବାଣ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆମ୍ବେଦକର ୱାରିଅରର ତରଫରୁ ପଦ୍ମପୁର ବ୍ଲକ ଅନ୍ତର୍ଗତ ପଲଶାପାଲି ପଂଚାୟତର ସମାରପାଲି ଗ୍ରାମର ଗହଳ ମହାନନ୍ଦଙ୍କ ଅଧକ୍ଷତାରେ ଡ଼ ଭୀମ ରାଓ ଆମ୍ବେଦକରଙ୍କ ମହାପରି ନିର୍ବାଣ ଦିବସ ପାଳନ କରା ଯାଇଥିଲା । ପ୍ରଥମେ ବାବା ସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା ଆରମ୍ଭ ହେଇଥିଲା । ମୁଖ୍ୟବକ୍ତା ରୂପେ ଆମ୍ବେଦକର ୱାରରିଅର ଜଗଦୀଶ ଲୁହା ବାବା ସାହେବଙ୍କ ଜୀବନ କାହାଣୀ ଉପରେ ଆଲୋକପାତ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଆମ୍ବେଦକର ୱାରରିଅର ପ୍ରତିଷ୍ଠାତା ଜୟ କୁମାର ଜାଲ , ଜିଲ୍ଲା ସଭାପତି ସନ୍ତୋଷ ବାଗ, ପଦ୍ମପୁର ବ୍ଲକ ସଭାପତି ସ୍ଵର୍ଣ ବିଭାର, ସବ ଡ଼ିଭିଜନ ସଭାପତି ମୁରଲୀ ସୁନା, ସମ୍ପାଦକ ସୁନୀଲ ମହାନନ୍ଦ ଏବଂ ସଂଯୋଜକ ସ୍ଵର୍ଣ ଜାଲ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ସମରପାଲିର ରାହାସ ସାହୁ, ଡମ୍ବରୁ ବେହେରା, ଆମ୍ବେଦକର ୱାରରିଅରର ଠାକୁର, ବିରୁ, ଅଲେଖ, ପ୍ରମୋଦ, ଆସିକ ମହାନନ୍ଦ, ବିତେ, ଚନ୍ଦନ ସୁନା, ହୃଷିକେଶ, ନିମାଇଁ, ପ୍ରଶାନ୍ତ, ବାବୁଲାଲ ସମସ୍ତେ ସଭାରେ ଭାଗ ନେଇଥିଲେ ଏବଂ ସମରପାଲି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଭାଗ ନେଇଥିଲେ ।

Leave A Reply

Your email address will not be published.