jayashree

କୋଭିଡ ନିୟମ ଉଲଂଘନ ଅଭିଯୋଗରେ ବାବା କ୍ଲଥ ଷ୍ଟୋରକୁ ସିଲ କଲା ପ୍ରଶାସନ

ମ.ରାମପୁର, (ହେମନ୍ତ ସାହୁ) : ବିଶ୍ୱ ମହାମାରୀ ସମୟରେ ସରକାର ଜାରି କରିଥିବା କୋଭିଡ ନିୟମର ଉଲଂଘନ ଅଭିଯୋଗରେ ଆଜି ମ.ରାମପୁର ମେନ୍‌ ରୋଡରେ ଥିବା ବାବା କ୍ଲଥ ଷ୍ଟୋରକୁ ପ୍ରଶାସନ ତରଫରୁ ସିଲ କରାଯାଇଥିବା ଜଣାଯାଇଛି । ଉକ୍ତ ଦୋକାନ ମାଲିକ ଜଣକ, କପଡା ଦୋକାନ ଖୋଲିବାର ନିୟମ ନ ଥିବା ବେଳେ ଦୋକାନ ଖୋଲି ଗ୍ରାହକଙ୍କୁ କପଡା ବିକ୍ରୀ କରୁଥିବା ତହସିଲଦାରଙ୍କ ନଜରକୁ ଆସିଥିଲା । ସ୍ଥାନୀୟ ତହସିଲଦାର ସୟଦ ଇସାକ ମଦିନାଙ୍କ ଉପସ୍ଥିତିରେ ମ.ରାମପୁର ପୋଲିସ ଦୋକାନକୁ ସିଲ କରିଛି । ଆଜିର ଏହି ପଦକ୍ଷେପ ପରେ ଅମାନିଆଙ୍କ ମନରେ ଛନକା ପଶିଥିବା ଦେଖାଯାଇଛି ଏବଂ ପ୍ରଶାସନର କାର୍ଯ୍ୟକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.