କପସିପାଲିରେ ପ୍ରଥମ ଥର ପାଇଁ ମହାଲକ୍ଷ୍ମୀ ପୂଜା ଆୟୋଜିତ

  • ଲକ୍ଷ୍ମୀପୂଜା ପାଇଁ ଉତ୍ସବମୁଖର କପସିପାଲି

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ କପସିପାଲି ଗ୍ରାମରେ ପ୍ରଥମ ବର୍ଷ ମହାଲକ୍ଷ୍ମୀ ପୂଜା ଆୟୋଜିତ ହୋଇଥିବା ବେଳେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଗ୍ରାମର ଶତାଧିକ ହରିଜନ ମହିଳା ଶଙ୍ଖ, ଘଣ୍ଟ, କୀର୍ତ୍ତନ ବାଦ୍ୟ, ପାରମ୍ପରିକ ନୃତ୍ୟ ମଧ୍ୟରେ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସ୍ଥାନୀୟ ଚିରାଖାଇ କଁଟାରୁ ମହିଳାମାନେ ଜଳ ଆଣି ପୂଜା ମଣ୍ଡପ ଠାରେ କଳସ ସ୍ଥାପନ କରିଥିଲେ । ଚଏତୁ ଛୁରା ଏବଂ ପିରବତୀ ଛୁରା ପୂଜାକର୍ତ୍ତା ଭାବେ ଯୋଗ ଦେଇଥିବା ବେଳେ ପୂଜକ ରତାଙ୍ଗ ହର ପାଢ଼ୀ ପୂଜାକାର୍ଯ୍ୟ ନିର୍ବାହ କରୁଛନ୍ତି । ପୂଜା କମିଟି ସଭାପତି ହୀରାଧର ମହାନନ୍ଦ, ସମ୍ପାଦକ ଶିବରାମ କୁମ୍ଭାର, କୋଷାଧକ୍ଷ ପ୍ରଦୀପ ମହାନନ୍ଦଙ୍କ ସହିତ କମିଟି ସଦସ୍ୟ ସୁବାସ ଛୁରା, ଚୂଡ଼ାମଣି ଛୁରା, ସାଏବ ମହାନନ୍ଦ, ବନମାଳୀ ପାଇକ, ମାନୁ କୁମ୍ଭାର, ଖଗେଶ୍ୱର ମହାନନ୍ଦ, ବଣକୁ ମହାନନ୍ଦ, ଶଙ୍କର ମହାନନ୍ଦ, ମକାରୁ ମହାନନ୍ଦ, ରାଜାରାମ ମହାନନ୍ଦ, ହରିଧର ମହାନନ୍ଦ, କନସିଂ ମହାନନ୍ଦ, କୁନୁ ମହାନନ୍ଦ, ଜଗ ମହାନନ୍ଦ, ବିନୋଦ କୁମ୍ଭାର, ଦଶରଥ କୁମ୍ଭାର, ଚୈତନ୍ୟ ମହାନନ୍ଦ ପ୍ରମୁଖ ଉତ୍ସବ ଆୟୋଜନର ନେତୃତ୍ୱ ନେଇଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରବଚନ, ଦଣ୍ଡନୃତ୍ୟ, ମୀନାବଜାର ଆୟୋଜନ ହୋଇଥିବା ବେଳେ ଏହାକୁ ଦେଖିବାକୁ ପ୍ରବଳ ଜନସମାଗମ ହେଉଛି ।

jittmm
Leave A Reply

Your email address will not be published.