jayashree

ବଲାଙ୍ଗିର ଦିନ୍‌ ଉଦ୍ଦେଶ୍ୟରେ ଓଡ଼ିଆ ସାହିତ୍ୟ ସଂସଦ ତରଫରୁ ବହୁଭାଷୀ କବିତା ଆସର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ଗାଙ୍ଗନାପୁର ଗ୍ରାମର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ “ଓଡ଼ିଆ ସାହିତ୍ୟ ସଂସଦ” ପକ୍ଷରୁ ବଲାଙ୍ଗିର ଦିନ୍‌ ଉଦ୍ଦେଶ୍ୟରେ ପଶ୍ଚିମାଞ୍ଚଳ ଜୋନ୍ ବଲାଙ୍ଗିର ପିପି ଏକାଡେମୀ ଠାରେ ‘ବହୁଭାଷୀ କବିତା ଆସର’ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବଲାଙ୍ଗିର ଦିନର ଆୟୋଜକ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, ମୁଖ୍ୟ ଅତିଥି ରୂପେ ଭାଗିରଥି ମିଶ୍ର, ସମ୍ମାନିତ ଅତିଥି ରୂପେ ଓଡ଼ିଆ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଚିତ୍ରସେନ ମହାରଣା, ସରସ୍ଵତୀ ନନ୍ଦ, ବିନୋଦ କାଳସେଇ, ନୂତନ ଦାସ, ଗୋପାଳ ପ୍ରଧାନ ପ୍ରଭୁତି ଅତିଥି ରୂପେ ଯୋଗଦାନ ଦେଇଥିଲେ । ଓଡ଼ିଆ ସାହିତ୍ୟ ସଂସଦ (ପଶ୍ଚିମାଞ୍ଚଳ) ଜୋନ୍‌ର ସଭାପତି ରଶ୍ମି ପାତ୍ର, ଉପସଭାପତି ସୁଷମା ଦାସ, ସମ୍ପାଦିକା ନଳିନୀ ପ୍ରଭା ଶତପଥୀ ଓ ସହ ସମ୍ପାଦିକା ଶକୁନ୍ତଳା ପାତ୍ର ମଧ୍ୟ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ରଶ୍ମି ପାତ୍ର ଅତିଥି ମାନଙ୍କ ପାଇଁ ସ୍ୱାଗତ ଭାଷଣ ସହ ପରିଚୟ ପ୍ରଦାନ କରିଥିଲେ ଏବଂ ସମସ୍ତ କର୍ମକର୍ତ୍ତା ମିଶି ଆସର ଟିକୁ ସୁଚାରୁ ରୁପେ ପରିଚାଳିତ କରିଥିଲେ । ଅନୁଷ୍ଠାନର ସହ ସମ୍ପାଦିକା ଶକୁନ୍ତଳା ପାତ୍ର ସମସ୍ତଙ୍କ ସହଯୋଗରେ କବିତା ସଂଜୋଜନା କରିଥିଲେ । ଅନୁଷ୍ଠାନର ସଭାପତି ରଶ୍ମି ପାତ୍ର ଏକ ସୁନ୍ଦର କବିତା ‘ଭାଇଚାରାର ପର୍ବ ବଲାଙ୍ଗିର’ ଏବଂ ସମ୍ପାଦିକା ନଳୀନୀପ୍ରଭା ଶତପଥୀ ‘ନ ଯାଆ ମଥୁରାରେ’ ପଠନ କରିଥିଲେ । କୁନି ଝିଅ ଶ୍ରୀନିକା ଆଚାର୍ଯ୍ୟ ସ୍ୱାଗତ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ପାଟଣାଗଡ଼ର ମମତା ପାତ୍ର ମଧ୍ୟ କବିତା ପଠନ କରିଥିଲେ ଏହିପରି ପଶ୍ଚିମାଞ୍ଚଳ ଜୋନ୍‌ର କୋଣ ଅନୁକୋଣରୁ ବହୁ କବି କବୟିତ୍ରୀ ଯୋଗଦାନ କରି ନିଜେ ନିଜର କବିତା ପାଠ କରିଥିଲେ । ପରିଶେଷରେ କବି ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇ ସଭା ସମାପ୍ତି ଘୋଷଣା କରିଥିଲେ ।

Leave A Reply

Your email address will not be published.