
ଭୁବନେଶ୍ୱର, (କେପିଏନ୍ଏସ୍) : ୧୯୮୭ ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା ଅଧିକାରୀ ୱାଇ ରାଜେନ୍ଦ୍ର ଓଡିଶା ଆୟକର ବିଭାଗର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟୱାଡା ନିକଟର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଜେନ୍ଦ୍ର ଜେଏନ୍ୟୁରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି । ସେ ଆୟକର ବିଭାଗର ବିଭିନ୍ନ ଉଚ୍ଚ ପଦପଦବୀରେ ୩୫ ବର୍ଷ ଧରି ଆନ୍ଧ୍ରପ୍ରଦେଶ, ମୁମ୍ବାଇ, କର୍ଣ୍ଣାଟକ ଓ ଦିଲ୍ଲୀ ଆଦିରେ କାର୍ଯ୍ୟ କରିଛନ୍ତି । ବାଙ୍ଗାଲୋର ମେଟ୍ରୋ ରେଲ୍ କର୍ପୋରେସନ୍ର ନିର୍ଦ୍ଦେଶକ (ଫାଇନାନ୍ସ) ଭାବେ ସେ କାମ କରିଥିଲେ । ଏହା ପୂର୍ବରୁ ସେ ବାଙ୍ଗାଲୋରରେ ମୁଖ୍ୟ ଆୟକର ଆୟୁକ୍ତ ଭାବେ କାର୍ୟ୍ୟ କରୁଥିଲେ ।