ସମ୍ପର୍କର ସେତୁ ବାନ୍ଧିବାରେ ନାରୀର ଭୂମିକା ଅତୁଳନୀୟ

  • ଇସ୍ପାତ ସାହିତ୍ୟ ସଂସଦରେ ନାରୀ କବି ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନାରୀ କବି ସମ୍ମିଳନୀ, ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା ପର୍ବ ଏବଂ ନାରୀ କବିମାନଙ୍କ ଦ୍ଵାରା କବିତା ପାଠ ପ୍ରଭୃତି କାର୍ଯ୍ୟକ୍ରମ ସଂସଦର ଉପସଭାପତି ରଶ୍ମିବାଳା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଏନ୍.ଆଇ.ଟି.ର ପ୍ରଫେସର ଡଃ. ସୁସ୍ମିତା ଦାସ ମୁଖ୍ୟ ଅତିଥି, ଡାକ୍ତର ଗୀତାଞ୍ଜଳି ପତ୍ରୀ ସମ୍ମାନୀତ ଅତିଥି ଏବଂ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରଥମେ ଶ୍ରୀଜଗନ୍ନାଥଙ୍କ ତୈଳ ଚିତ୍ର ସହ ନାରୀ କବି କୁନ୍ତଳା କୁମାରୀ ସାବତଙ୍କ ତୈଳ ଚିତ୍ରରେ ଅତିଥିମାନଙ୍କ ସହ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶ, ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ବାଳ ପୁଷ୍ପ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଂଗୀତ ନିର୍ଦ୍ଦେଶକ ଶରତ ଧଳଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ରଶ୍ମିବାଳା ରାଉତରାୟଙ୍କ ଦ୍ୱାରା ଲିଖିତ ସ୍ୱାଗତ ସଂଗୀତ ବିଜୟିନୀ ଜେନା, ଉର୍ବଶୀ ଦାଶ, ବିନୋଦିନୀ ପଣ୍ଡା ଏବଂ ସ୍ନେହଲତା ପଟ୍ଟନାୟକ ଗାନ କରିଥିଲେ । ଆଲୋଚନାର ବିଷୟ ‘ସମ୍ପର୍କ ସେତୁର ବିନ୍ଧାଣୀ ନାରୀ’ ସମ୍ପର୍କରେ ଆଲୋଚନା କରି ମୁଖ୍ୟବକ୍ତା କହିଲେ ଯେ, ନାରୀଟିଏ ମା’ ହୋଇ, ଭଗିନୀ ହୋଇ, ଜାୟା ହୋଇ ସମାଜର ପ୍ରତ୍ୟେକ କ୍ଷେତ୍ରରେ ସମ୍ପର୍କର ସେତୁ ବାନ୍ଧିଥାଏ ବୋଲି ସାମାଜିକ, ଅର୍ଥନୈତିକ, ସେବା, ଶିକ୍ଷା, ବିଜ୍ଞାନ ଆଦି ସବୁ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଆମ ସମାଜକୁ ମିଳିଥାଏ । ପ୍ରଫେସର ସୁସ୍ମିତା ଦାସ ଇସ୍ରୋର ଚାନ୍ଦ୍ରାୟନ ସଫଳତାରେ ନାରୀ ବୈଜ୍ଞାନିକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଇତ୍ୟବସରରେ ଡାକ୍ତର ଗୀତାଞ୍ଜଳି ପତ୍ରୀଙ୍କ ଦ୍ବାରା ଲିଖିତ ପୁସ୍ତକ ‘ହେ ସାଇ ହେ ସଦଗୁରୁ’ ଲୋକାର୍ପିତ ହୋଇଥିଲା । କବୀ ଉର୍ବଶୀ ଦାସଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ କବି ମଞ୍ଜୁଳା କୁମାରୀ ରଥ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସଂସଦର ଆଜୀବନ ସଦସ୍ୟା ତଥା ସଫଳ ଉଦ୍ୟୋଗୀ ନିହାରିକା ବସ୍ତିଆଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଶ୍ବଜିତା ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ପ୍ରଥମ ପର୍ଯ୍ୟାୟ ଶେଷରେ ସ୍ନେହଲତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ବିତୀୟ ପର୍ୟ୍ୟାୟରେ ଡଲିରାଣୀ ବ୍ରହ୍ମାଙ୍କ ସଭାପତିତ୍ବ ଏବଂ ମମତା ଜେନା ଓ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ କବିତା ପାଠ କାର୍ଯ୍ୟକ୍ରମରେ ପ୍ରଭାତ ନଳିନୀ ସାହୁ, ବିନୋଦିନୀ ପଣ୍ଡା, ସଂଯୁକ୍ତା ଦାଶ, କନକଲତା ମିଶ୍ର, ସୁଭାଷିନୀ ସାହୁ, ମଞ୍ଜୁଳା ପାତ୍ର, ସୁକାନ୍ତି ନାୟକ, ସୁପ୍ତି କର, ପୁଷ୍ପା ପଟେଲ, ରଶ୍ମୀ ସାହୁ, ସ୍ନେହଲତା ପଟ୍ଟନାୟକ, ବନଲତା ମିଶ୍ର, ରଶ୍ମୀ ବାଳା ରାଉତରାୟ, ମଞ୍ଜୁଳା ରଥ, ସୁମିତ୍ରା ମିଶ୍ର, ଉର୍ବଶୀ ଦାଶ, ଡଲିରାଣୀ ବ୍ରହ୍ମା, ଅର୍ଚ୍ଚନା ପାତ୍ର ଏବଂ ମମତା ଜେନା ପ୍ରମୁଖ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡଃ କିଶୋରୀ ଦାଶ, ଶଙ୍କର ପ୍ରସାଦ ତ୍ରିପାଠୀ, ରାଜୀବ ପାଣି, ରାଜକୁମାର ମହାନ୍ତି, ଅଶୋକ ପଟ୍ଟନାୟକ, ଅଭିରାମ ପ୍ରଧାନ, ଉପେନ୍ଦ୍ର ବସ୍ତିଆ, ପ୍ରକାଶ ସେଠୀ, ଚିତ୍ତ ବ୍ରହ୍ମା, ଡାକ୍ତର ଗୋଷ୍ଠ ଚନ୍ଦ୍ର ପତ୍ରି, ନୀନାରାଣୀ ଜେନା, ଲକ୍ଷ୍ମଣ ନାଥ ଦାସ, ବ୍ରଜବିହାରୀ ଦାଶ, ଜିତେନ୍ଦ୍ର ବସ୍ତିଆ, ଗୌତମ ଦାସ, ଜିତେନ୍ଦ୍ର ବିଶ୍ଵକର୍ମା, ଉଷାରାଣୀ ଶତପଥୀ, ହରମୋହନ ମିଶ୍ର, ତ୍ରିଲୋଚନ ମଥାନ, ପୀତବାସ ପ୍ରଧାନ, ପ୍ରତାପ ପଣ୍ଡା, ସତ୍ୟବ୍ରତ ଦାସ, ନିରୂପମା ପତି, ଡଃ ସୁମନ ଦତ୍ତ, ବିକ୍ରମ ଆଚାର୍ଯ୍ୟ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ସଞ୍ଜୀବ ଭୋଇ, ଚିତ୍ତରଞ୍ଜନ ଦାସ, ନୟନେନ୍ଦୁ ମିଶ୍ର, ସୁଶାନ୍ତ ନାୟିକ ପ୍ରମୁଖ ଯୋଗଦାନ କରିଥିଲେ । ଗାଳ୍ପିକା ପୁଷ୍ପା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.