ommm
jittmm

ମାଓକ୍ୟାଡ଼ର ଅଜୟଙ୍କ ଆତ୍ମସମର୍ପଣ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଆରକ୍ଷୀ ଅଧିକ୍ଷକଙ୍କ ସମ୍ମୁଖରେ ହାର୍ଡକୋର୍ ନକ୍ସଲ ବିଜୟ ପୁନେମ ଓରଫ ଅଜୟ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ନାଁରେ ଓଡ଼ିଶା ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ବିଜୟ ପୁନେମ ଓରଫ ଅଜୟ ସିପିଆଇ (ମାଓବାଦୀ) ସଂଗଠନରେ ୨୦୦୯ ମସିହାରେ ଯୋଗ ଦେଇଥିଲେ ଏବଂ ତାଙ୍କର ପ୍ରାଥମିକ ତାଲିମ ସମାପ୍ତ ହେବା ପରେ ସେ ମାଓବାଦୀ ଏମ୍‌.ବାଲକ୍ରିଷ୍ଣା ଓରଫ ମନୋଜ, ସିସିଏମ୍‌ଙ୍କ ସହିତ ତାଙ୍କର ସୁରକ୍ଷା ଏବଂ ସୁରକ୍ଷା ଦଳରେ ସାମିଲ ହୋଇଥିଲେ । ୨୦୧୪ ମସିହାରେ ତାଙ୍କୁ ଏସିଏମ୍‌ ପଦବୀକୁ ପଦୋନ୍ନତି ଦିଆଯାଇଥିଲା । ଏସିଏମ୍‌ ପଦବୀକୁ ପଦୋନ୍ନତି ପାଇବା ପରେ ସେ ମନୋଜଙ୍କ ଗନମ୍ୟାନ ଭାବରେ କାମ ଜାରି ରଖିଥିଲେ । ୨୦୨୩ ମସିହାରେ ତାଙ୍କୁ ବିଜିଏନ୍‌ ଡିଭିଜନକୁ ସ୍ଥାନାନ୍ତର କରାଯାଇଥିଲା । ୨୦୨୩-୨୦୨୪ ସେ ଯାତ୍ରା କରିଥିଲେ ଏବଂ ଜାନୁଆରୀ-୨୦୨୪ରୁ ବିଜିଏନ୍‌ ଡିଭିଜନର ଘୁମସର ଏସିରେ କାମ କରିବା ଆରମ୍ଭ କରିଥିଲେ । ସେ ୨୦୦୯ ଓ ୧୦- ଛତିଶଗଡ଼ ଅଞ୍ଚଳରେ, ୨୦୧୧ ଠାରୁ ୨୦୧୪- ମାଲକାନଗିରି-କୋରାପୁଟ ଅଞ୍ଚଳରେ, ୨୦୧୪ରୁ ୨୦୨୪- ନୂଆପଡ଼ା- କଳାହାଣ୍ଡି-ବୌଦ୍ଧ-ମାଲକାନଗିରି-କୋରାପୁଟ-ରାୟଗଡ଼ା- କନ୍ଧମାଳ ଅଞ୍ଚଳରେ ସକ୍ରିୟ ମାଓବାଦୀ ରୂପେ କାର୍ଯ୍ୟ ଜାରି ରଖିଥିଲେ । ସେ ଆତ୍ମସମର୍ପଣ କରିବା ସମୟରେ ତାଙ୍କର ବ୍ୟକ୍ତିଗତ ଅସ୍ତ୍ର (୯ ଏମ୍ଏମ୍ ପିସ୍ତଲ) ୯ ଏମ୍ଏମ୍ ୮ ରାଉଣ୍ଡ ଗୁଳି ଓ ଯୋଗାଯୋଗ ସେଟ୍ (ୱାକି ଟକି) -୧ ନମ୍ବର ସହିତ ଏସ୍.ପି. ରାୟଗଡ଼ା ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ବରିଷ୍ଠ କ୍ୟାଡରଙ୍କ ଦ୍ଵାରା ନିଜ କ୍ୟାଡରମାନଙ୍କ ଉପରେ ହେଉଥିବା ମାନସିକ ନିର୍ଯାତନା, ଖାଦ୍ୟ ପାନୀୟ ଅଭାବ, ସୁରକ୍ଷା କର୍ମୀଙ୍କ ଦ୍ୱାରା ନିୟମିତ ଅପେରସନ, ମାଓବାଦୀ ଶିବିରରେ ଭେଦଭାବ, ଭାଷାଗତ ସମସ୍ୟା ଆଦି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଥିରେ ଅତିଷ୍ଠ ହୋଇ ଆତ୍ମ ସମର୍ପଣ କରିବାକୁ ନିଷ୍ପଭି ନେଇଥିଲେ । ଏବେ ଓଡ଼ିଶାରେ ମାଓବାଦୀଙ୍କ ନେତୃତ୍ୱ କିଏ ନେଉଥିବା ପଚାରିବାରୁ କୌଣସି ସୂଚନା ଦେଇନଥିଲେ । ଆଗାମୀ ଦିନରେ ଅନେକ ତଥ୍ୟ ମିଳିବା ଆଶା ରଖିଛି ପୁଲିସ । ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସହାୟତା ପ୍ରଦାନ କରାଯିବ । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କୁ ଆର୍ଥିକ ସହାୟତା ସମେତ ଗୃହ ନିର୍ମାଣ, ପାଠପଢ଼ା, ନିଜ ପସନ୍ଦର ବୃତ୍ତିକୁ ଆପଣାଇ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯାଉଛି ।

Leave A Reply

Your email address will not be published.