ଛେଣ୍ଡ ପବ୍ଲିକ୍ ସ୍କୁଲରେ ଆତ୍ମରକ୍ଷା ଶିବିର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ପବ୍ଲିକ୍ ସ୍କୁଲ ଓ ଲାୟନ୍ସ କ୍ଲବ ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକ ସପ୍ତାହ ବ୍ୟାପି ଆତ୍ମରକ୍ଷା କୌଶଳ ଶିବିର ବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିର ଆସନ୍ତା ୧୪ତାରିଖ ପର୍ୟ୍ୟନ୍ତ ଚାଲିବ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତା ଓ ଲାୟନ୍ସ କ୍ଲବ ରାଉରକେଲାର ସଭାପତି ଲାୟନ ଡାକ୍ତର ଜ୍ୟୋତି ସ୍ବାଇଁ ଆବାହକତ୍ବରେ ଆୟୋଜିତ ଏହି ଶିବିରରେ ବିଦ୍ୟାଳୟର ପ୍ରାୟ ୮୦ଜଣ ଛାତ୍ରୀ ଯୋଗଦେଇ ଆତ୍ମରକ୍ଷା କୌଶଳ ଶିଖିଥିଲେ । ଏହି ଅବସରରେ ଲାୟନ ଅକ୍ଷୟ କୁମାର ଜେନା, ଲାୟନ ଭାରତ ଲୋଖାନୀ ଓ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତାମାନେ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ସ୍ଥିତିରେ ଝିଅମାନେ ଆତ୍ମରକ୍ଷା କୌଶଳ ଶିଖିବା ଅପରିହାର୍ୟ୍ୟ ହୋଇପଡିଛି ବୋଲି ମତ ରଖିବା ସହ ଏହା ଦ୍ୱାରା ଛାତ୍ରୀମାନଙ୍କ ଆତ୍ମବିଶ୍ବାସ ସହ ଏକାଗ୍ରତା ବୃଦ୍ଧି ପାଇବ ବୋଲି କହିଥିଲେ । ଶିକ୍ଷୟିତ୍ରୀ ମନୋରମା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଉପଦେଷ୍ଟା ରବିନ୍ଦ୍ର ନାଥ ପଣ୍ଡା, ଅଶୋକ କୁମାର ସାହୁ, ଉପସଭାପତି କୃଷ୍ଣଚନ୍ଦ୍ର ରାଉତ, ସଂପାଦକ କରୁଣାକର ବାରିକ, ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସବିତା ମଲ୍ଲିକ, କାନନବାସିନୀ ମହାନ୍ତି, ସଂଧ୍ୟାରାଣୀ ରଥ, ଶ୍ୟାମସୁନ୍ଦର ଷଡଙ୍ଗୀ, ଉଷାରାଣୀ ପଣ୍ଡା, ସଞ୍ଜୁକ୍ତା ରଥ, ଅନସୂୟା ମହାପାତ୍ର, କନକଲତା ସ୍ବାଇଁ, ସୁପ୍ରଭା ସ୍ବାଇଁ, ପ୍ରୀୟମ୍ବଦା ମିଶ୍ର, ନଗେନ ସେନାପତି, ଉଷାକାନ୍ତ ସାହୁ, ରମେଶ ଚନ୍ଦ୍ର ଦାସ, ସୁଖେନ ଚନ୍ଦ୍ର ଘୋଷ, କୃଷ୍ଣଚନ୍ଦ୍ର ମିଶ୍ର, ଅନିମା ପଣ୍ଡା, ସୁଲେଖା ନାୟକ, ଦୁର୍ୟ୍ୟୋଧନ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.