centurian jitm

ଗାନ୍ଧୀ ବିଚାରଧାରାରେ ହିଁ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ସମ୍ଭବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାନ୍ଧୀ ବିଚାର ଧାରାରେ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ସମ୍ଭବ ବୋଲି ଆଜି ନୃସିଂହନାଥ ଗାନ୍ଧୀ ସ୍ମୃତି ପୀଠ ଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦ୍ୱାରା ଆହୁତ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ବକ୍ତାମାନେ ମତ ପୋଷଣ କରିଥିଲେ । ଇଂରେଜ କବଳରୁ ଦେଶ ସ୍ୱାଧୀନତା ଲାଭ କଲା ପରେ ଯେଉଁ ରାମରାଜ୍ୟର ପରିକଳ୍ପନା ମହାତ୍ମା ଗାନ୍ଧୀ କରିଥିଲେ ଓ ସ୍ୱାଧୀନତା ଆନ୍ଦୋଳନ ସମୟରେ କୁଟି ଖାଅ, କାଟି ପିନ୍ଧ, ସତ୍ୟାଗ୍ରହ, ବିଦେଶୀ ବସ୍ତୁ ବର୍ଜନ, ଲବଣ ସତ୍ୟାଗ୍ରହ, ଅହିସସା ବିଚାରଧାର ଭିତରେ ଆତ୍ମ ନିର୍ଭରଶୀଳ ଭାରତ ନିର୍ମାଣରେ ଉପାଦାନ ଭରପଦ୍ଭର ହୋଇ ରହିଛି ବୋଲି ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପୂର୍ବତନ ବିଧାୟକ ତଥା ଯୁବ ପରିଷଦ ପରାମର୍ଶ ଦାତା ପ୍ରଦୀପ ପୁରୋହିତ ମତବ୍ୟକ୍ତ କରିଥିଲେ ।

ଗାନ୍ଧୀଜୀଙ୍କ ଦେହାନ୍ତ ପରେ ତାଙ୍କର ଚିତାଭସ୍ମକୁ ଭାରତ ବର୍ଷର ବିଭିନ୍ନ ସ୍ଥାନର ନଦୀ, ନାଳା, ଝରଣାରେ ବିସର୍ଜିତ କରାଯାଇଥିଲା । ଏହି କ୍ରମରେ ୧୯୪୮ ମସିହାରେ ଗାନ୍ଧୀଜୀଙ୍କ ଚିତାଭସ୍ମକୁ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ମଦନ ମୋହନ ସାହୁ, ଅଲେଖ ପାତ୍ର, ମାୟାଧର ପୁରୋହିତ, ପାର୍ବତୀ ଗିରି ଓ ଅନେକ ସ୍ୱାଧୀନତା ସଂଗ୍ରାମୀ ନୃସିଂହନାଥ ପାପହାରିଣୀ ତୀର୍ଥକ୍ଷେତ୍ରରେ ବିସର୍ଜନ କରିଥିଲେ । ଯେଉଁ ଠାରେ ଚିତାଭସ୍ମକୁ ରଖା ଯାଇଥିଲା, ନୃସିଂହନାଥର ସେହି ପୀଠ ଗାନ୍ଧୀ ସ୍ମୃତି ପୀଠ ନାମରେ ନାମିତ ହୋଇଛି । ଏଭଳି ଏକ ଐତିହାସିକ ପୀଠ ଗାନ୍ଧୀ ସ୍ମୃତି ପୀଠର ସୁରକ୍ଷା ତଥା ରକ୍ଷଣାବେକ୍ଷଣ ପାଇଁ ଏକ ପ୍ରସ୍ତାବ ଯୁବ ପରିଷଦ ଆବାହକ ଦିଲ୍ଲୀପ କୁମାର ବେହେରା ଆଗତ କଲା ପରେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇ ରାଜ୍ୟ ସଂସ୍କୃତି ଓ ପର୍ୟ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି ।

ସଭା ପ୍ରାରମ୍ଭରୁ ସ୍ବର୍ଗତ ରାଧେଶ୍ୟାମ ପୁରୋହିତଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କୋଭିଡ ନିୟମକୁ ଦେଖି ଅଳ୍ପ ସମାଗମରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଥିଲା । ଏଥିରେ ପୂର୍ବତନ ଆବାହକ ଧୀରେନ ମହାନ୍ତି, ସଂପାଦକ ଦୁର୍ୟ୍ୟୋଧନ ପୁଟା, ଜଗଦୀଶ ଲୁହାର, ସାମ୍ବାଦିକ ନିରୋଜ ପାଣୀ, ସାମ୍ବାଦିକ କୁଞୀ ସାହୁ, ଭରତ ରଣା, କୀର୍ତ୍ତନ ଦାଉ, କୈଲାସ ଦିଶ୍ରୀ, ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.