ଦେହରେ ନିଆଁ ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା

ଜୟପୁର : ଦେହରେ ନିଆଁ ଲଗାଇ ବୃଦ୍ଧଙ୍କ ଆତ୍ମହତ୍ୟା । ବୃଦ୍ଧ ଜଣକ ହେଲେ ଜୟପୁର ବ୍ଲକ ଆମ୍ବାଗୁଡାର ସପନ ଦାସ(୬୪) । ସଦର ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଶବ ସଂରକ୍ଷଣ ଗୃହରେ ରଖାଯାଇଛି । ଶନିବାର ବ୍ୟବଛେଦ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ପୁଲିସ ସୂଚନା ଅନୁଯାୟୀ, ଶ୍ରୀ ଦାସ ଆମ୍ବାଗୁଡା ଶାଳ ଜଙ୍ଗଲକୁ ଯାଇଥିଲେ । କିଛି ସମୟ ପରେ ଜଙ୍ଗଲରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଜନସାଧାରଣ ପହଞ୍ଚିବା ବେଳକୁ ଶ୍ରୀ ଦାସ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ବଳକା ନିଆଁ ଲିଭାଇଥିଲେ । ଶ୍ରୀ ଦାସ ସ୍ତ୍ରୀଙ୍କ ସହ ରହୁଥିଲେ । ତାଙ୍କ ପୁଅ ରାଜ୍ୟ ବାହାରେ ଚାକିରି କରୁଛନ୍ତି ।

Leave A Reply

Your email address will not be published.