ଅନ୍ତେଷ୍ଟି କ୍ରିୟା କାର୍ଯ୍ୟରେ ଗ୍ରାମବାସୀଙ୍କ ବାରଣ ଯୋଗୁଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ଗ୍ରାମରେ ନିଜ ବଂଶର ଏକ ଅନ୍ତେଷ୍ଟି କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ଜୈନେକ ମହିଳାଙ୍କୁ କିଛି ଗ୍ରାମବାସୀ ବାରଣ କରି ତାଙ୍କ ପରିବାରକୁ ଗ୍ରାମରେ ବାଛନ୍ଦ ହୋଇଛି ତମେ ଗ୍ରାମକୁ ଆସିପାରିବ ନାହିଁ ବୋଲି ବିରୋଧ କରିଥିଲେ । ଫଳରେ ମହିଳା ଜଣକ ଅପମାନ ସହି ନପାରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମହିଳା ଜଣକ ହେଲେ ଉକ୍ତ ଗ୍ରାମର ଜେ. ନାରାୟଣ ରେଡିଙ୍କ ପତ୍ନୀ ଜେ. ଜେମା ରେଡି । ମହିଳା ଜଣକ ବର୍ତ୍ତମାନ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକେଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.