ପାରିବାରିକ କଳହକୁ କେନ୍ଦ୍ରକରି ଯୁବକଙ୍କ ଆତ୍ମହତ୍ୟା

ଜଳେଶ୍ଵର : ପାରିବାରିକ କଳହକୁ କେନ୍ଦ୍ରକରି ଯୁବକଙ୍କ ଆତ୍ମହତ୍ୟା । ବେକରେ ଗାମୁଛା ଦେଇ ଆତ୍ମହତ୍ୟା କଲେ ୧୮ ବର୍ଷୀୟ ଯୁବକ । ମୃତକ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଖପରାପଦା ଗ୍ରାମର ସ୍ଵପ୍ନେଶ୍ଵର ପ୍ରତାପ ସାହୁ ।ସୂଚନା ଅନୁଯାୟୀ, ବାଲିଆପାଳ ଥାନା ଖପରାପଦା ଗ୍ରାମର ବିଜେଡି ନେତା ସ୍ଵର୍ଗତ ବଳରାମ ସାହୁଙ୍କର ହୃଦଘାତରେ ୧୫ଦିନ ପୂର୍ବରୁ ମୃତ୍ୟୁ ଘଟିଥିଲା । ପାରିବାରିକ କଳହକୁ କେନ୍ଦ୍ରକରି ରବିବାର ବିଳମ୍ବିତ ରାତିରେ ତାଙ୍କର ୧୮ ବର୍ଷର ପୁଅ ସ୍ଵପ୍ନେଶ୍ଵର ପ୍ରତାପ ସାହୁ ଘର ଭିତରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ ପରିବାର ଲୋକେ ଏନେଇ ପୋଲିସକୁ ଖବର ଦେଇ ନାହାନ୍ତି । ପାରିବାରିକ କଳହକୁ କେନ୍ଦ୍ରକରି ସ୍ଵପ୍ନେଶ୍ଵର ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି ।

Leave A Reply

Your email address will not be published.