jayashree

ଋଣ ଭାର ସହି ନପାରି ଦମ୍ପତିଙ୍କ ଆତ୍ମହତ୍ୟା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମରେ ଋଣ ଭାର ସହି ନପାରି ଦମ୍ପତି ଆତ୍ମହତ୍ୟା କରିଥିବା ଖବର ମିଳିଛି । ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କ ମୃତଦେହ ଉଦ୍ଧାର କଲା ସଦର ଥାନା ପୋଲିସ । ମୃତକ ଦମ୍ପତି ହେଲେ କାଙ୍କଡ଼ପାଳ ଗ୍ରାମର ବିଶିକେଶନ ସାହୁ ଓ ତାଙ୍କ ପତ୍ନୀ ସମିତା ସାହୁ । ଉଭୟ ଦମ୍ପତି ପିନ୍ଧା ଲୁଗା ବେକରେ ଲଗାଇ ସିଡି ଘର କଢିରେ ଆତ୍ମହତ୍ୟା କରିଛନ୍ତି । ସୂଚନାନୁଯାୟୀ, କାଙ୍କଡ଼ପାଳ ଗ୍ରାମର ବିଶିକେଶନ ସାହୁ ଘର ପାଖରେ ଦହିବରା ବେପାର କରି ଗୁଜୁରାଣ ମେଣ୍ଟାନ୍ତି । ତେବେ ତାଙ୍କର କିଡ୍‌ନୀ ଜନିତ ରୋଗ ଅସହ୍ୟ କରିବାରୁ ଉଭୟେ ପତିପତ୍ନୀ କଟକ ଡାକ୍ତରଖାନାକୁ ଯାଇଥିଲେ । ଗତକାଲି ଉଭୟେ ଫେରି ଚିନ୍ତାରେ ରହିଥିଲେ । ଗରମ ଯୋଗୁଁ ଗତ ରାତିରେ ଉଭୟ ଛାତ ଉପରକୁ ଶୋଇବାକୁ ଯାଇଥିଲେ । ମାତ୍ର ଆଜି ସକାଳେ ଉଭୟଙ୍କ ମୃତଦେହ ସିଡି ଘର କଢିରେ ଝୁଲୁଥିବା ଦେଖି ପରିବାରଲୋକେ ପୁଲିସକୁ ଖବର ଦେଇଥିଲେ । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ କଣ ଜଣା ପଡ଼ି ନଥିଲେ ମଧ୍ୟ ମୃତ ବିଶିକେଶନଙ୍କର କିଡନୀ ଜନିତ ଚିକିତ୍ସା ପାଇଁ ଅର୍ଥାଭାବ ଯୋଗୁଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ମୃତକଙ୍କ ବାପା ପ୍ରକାଶ କରିଛନ୍ତି । ତେବେ ସଦର ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.