ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ : ମହାନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯୁବକ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ ବୋଲି ଜଣାଯାଇଛି । ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି । ସେ ଡେଇଁଥିବା ସ୍ଥାନରୁ ପ୍ରଶାନ୍ତ ରାଉତଙ୍କ ଚପଲ ଓ ବାଇକ୍ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ପ୍ରଶାନ୍ତ ରାଉତ ଘରୁ ଆସିଥିଲେ । ହେଲେ ସେ ଘରକୁ ଫେରିନଥିଲେ । ପରିବାରଲୋକଙ୍କ କହିବା ଅନୁଯାୟୀ, ପ୍ରଶାନ୍ତ ଅନେକ ସମୟରେ ଯୋବ୍ର ସଂଗ୍ରହାଳୟ ନିକଟ ଲଭର୍ସ ପଏଣ୍ଟକୁ ରାତିରେ ଆସନ୍ତି । ଶେଷ ଥର ଲାଗି ପ୍ରଶାନ୍ତ ନିଜ ସାନଭାଇଙ୍କୁ ମା’ର ଯତ୍ନ ନେବାକୁ ମୋବାଇଲ୍‌ରେ କହିଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.