
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରେ ୩ଟି ବ୍ଲକର ମଧ୍ୟ ସ୍ଥଳରେ ଗଣ୍ଡାବାହାଲି ଗ୍ରାମ ଅବସ୍ଥିତ । ପାଖାପାଖି ୧୫ରୁ ଅଧିକ ଗ୍ରାମ ପଂଚୟତ ଗଣ୍ଡାବାହାଲି ଉପରେ ନିର୍ଭରଶୀଳ । ଏଟିଏମ୍ ବ୍ୟବସ୍ଥା ନ ଥିବାରୁ ବ୍ଲକ୍ ହେଡ୍ କ୍ୱାଟର ଖଡିଆଳ, ବୋଡେନ ଓ ସିନାପାଲିକୁ ଟଙ୍କା ଉଠାଣ କରିବା ପାଇଁ ଯିବାକୁ ପଡୁଥିଲା । ଆଜି ସ୍ଥାନୀୟ ସରପଂଚ କୌଶଲ୍ୟା ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏଟିଏମ୍ ସେବାକୁ ଶୁଭ ଉଦ୍ଘାଟନ କରିଛନ୍ତି । ସେହିପରି ଉଦ୍ଘାଟନ ସଭାରେ ସମ୍ମାନୀତ ଅତିଥି ଭାବରେ ମଖାପଦର ସରପଞ୍ଚ ରତ୍ନେ ତାଣ୍ଡି, ଗ୍ରାମର ଗୌନ୍ତିଆ ପଙ୍କଜ ମେହେର, ପୂର୍ବତନ ସରପଞ୍ଚ ତ୍ରିନାଥ ମେହେର, ଅବସରପ୍ରାପ୍ତ ଶିକ୍ଷକ ତୁଳସୀରାମ ସେଠୀ, ବୁଟୁଲୁ ମେହେର, ଲୁପ୍ତେଶ୍ୱର ମେହେର, ରାମପୁର-ସିକୁଆଁ ଗ୍ରାମର ଗୋଲକ ବୈଠାରୁ, ଅନକାପୁରର ଜଗସନ ମାଝୀ ଓ ଅନ୍ୟାନ୍ୟ ସ୍ଥାନୀୟ ଅଞ୍ଚଳର ଭଦ୍ର ବ୍ୟକ୍ତି ଉପସ୍ଥିତି ଥିଲେ । ଏହି ଏଟିଏମ୍ ସେବା ଗଣ୍ଡାବାହାଲି, ମଖାପଦର, ବରଗାଁ, ଲରକା, ରାମପୁର-ସିକୁଆଁ, କିରକିଟା ଆଦି ଗ୍ରାମ ପଞ୍ଚାୟତର ଲୋକେ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି ।