oom

ଋଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ପାରାଦୀପ ଟ୍ରଲର୍‌ ଜବତ : ୯୭୯ କ୍ଵିଣ୍ଟାଲ ମାଛ ଜବତ, ୧୦ ମତ୍ସ୍ୟଜୀବି ଅଟକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ରର ନୀଳ ଜଳରାଶୀ ନୋ ଫିସଙ୍ଗ ଜୋନ୍‌ରୁ ମାଛ ମାରୁଥିବା ବେଳେ ଏକ ପାରାଦୀପ ଟ୍ରଲର୍‌ ଜବତ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଟ୍ରଲର ମଧ୍ୟରୁ ୧୦ ଜଣ ମତ୍ସ୍ୟଜୀବିଙ୍କୁ ଅଟକ ରଖାଯାଇଛି । ସେଥିରେ ଥିବା ୯୭୯ କ୍ଵିଣ୍ଟାଲ ମାଛ ମଧ୍ୟ ଜବତ କରାଯାଇ ସ୍ଥାନୀୟ ମତ୍ସ୍ୟଜୀବି ବ୍ୟବସାୟୀମାନଙ୍କୁ ଅପ୍ସନ କରିଦିଆଯାଇଛି । ଟ୍ରଲରୁ ଏ. ରାଜୁ, ଏ. କ୍ରିଷ୍ଣା, ଏ. ଚଲାପଥି, ବି. ମହେଶ, ବି. ଗଣେଶ, ଦିଗବିଶ ମନା, ସମିର ଦେ, କାଳିଆ ଚୌଧୁରୀ, ସୁଜିତ ବେହେରା, ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ପାରାଦୀପ ଅଞ୍ଚଳର ମତ୍ସ୍ୟଜୀବିଙ୍କୁ ମତ୍ସ୍ୟ ବିଭାଗକୁ ହସ୍ଥାନ୍ତର କରିଛି ବନବିଭାଗ । ଏହି ଚଢ଼ାଉରେ ବନବିଭାଗ ପକ୍ଷରୁ ଏସ୍‌ସିଏଫ ଦିବ୍ୟ ଶଙ୍କର ବେହେରା, ଖଲ୍ଲିକୋଟ ଫରେଷ୍ଟର ପ୍ରଶାନ୍ତ କାର୍ଜି, ରମ୍ଭା ଫରେଷ୍ଟର ରତ୍ନା କୁମାର ବେହେରା, ପ୍ରମୋଦ କୁମାର ନାୟକ, ଫରେଷ୍ଟର ଗାର୍ଡ ରାଜେଶ୍ଵର ବେହେରା, ମାଧବ ବେହେରା, ଦେବାଶିଷ ପଟନାୟକ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ଫିସେରୀ କର୍ମଚାରୀ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟଯେ ସମ୍ପ୍ରତି ଋଷିକୁଲ୍ୟା ମୁହାଁଣର ନୀଳ ଜଳରାଶୀ ମଧ୍ୟରେ ଲକ୍ଷାଧିକ ଅଲିଭ ରିଡଲେଙ୍କ ସମାଗାମ ହୋଇଛି । ଯାହାକୁନେଇ ନଭେମ୍ବର ମାସ ପହିଲାରୁ ସମୁଦ୍ର ମଧ୍ୟରେ ଉତ୍ତରକୁ ପ୍ରୟାଗି, ଦକ୍ଷିଣ ଦିଗରେ ଆର୍ଜିପଲ୍ଲୀ ପର୍ଯ୍ୟନ୍ତ ୧୦ କିଲୋମିଟର ଲେଖାଏଁ ଓ ସମୁଦ୍ର ମଧ୍ୟକୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡ଼ଙ୍ଗା କିମ୍ବା ଟ୍ରଲର ସାହାଯ୍ୟରେ ମାଛ ମାରିବାକୁ ବନବିଭାଗ କଟକଣା ଜାରି କରିଛି ।

jittmm
Leave A Reply

Your email address will not be published.