ସ୍କୁଲ ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ ଅଭିଯୋଗ : ଶିକ୍ଷକ‌ଙ୍କୁ ବହିଷ୍କାର ସାଧାରଣରେ ଦାବୀ

ଧର୍ମଗଡ, (ଭରତ ବିଶି) : ଭାରତର ବେଦ ବେଦାନ୍ତ ଯୁଗରୁ ଗୁରୁଙ୍କୁ ସବୁଠୁ ଉଚ୍ଚ ଆସନରେ ସମ୍ମାନିତ କରିଯାଏ । ଯାହାଙ୍କ ପଦିଏ କଥାରେ ଛାତ୍ରଛାତ୍ରୀର ଜୀବନ ଯାତ୍ରା ସଫଳ ସୁନ୍ଦର ହେଇଥାଏ । ମନୁଷ୍ୟ ସୃଷ୍ଟି କାଳରୁ ଗୁରୁ ରୂପେ ଭଗବାନଙ୍କୁ ଦର୍ଶନ କଥା ମଧ୍ୟ କୁହାଯାଏ । କିନ୍ତୁ କିଛି ହୀନ ପ୍ରବୃତ୍ତି, ମନ୍ଦ ବୁଦ୍ଧିର ମଣିଷ ପାଇଁ ଗୁରୁଙ୍କ ପ୍ରତି ସମ୍ମାନରେ ବାଧା ଦେଖାଦେଉଛି । ଜଣେ ଶିକ୍ଷକ ଛାତ୍ରୀଙ୍କୁ ଅଶ୍ଳୀଳ ଅସଭ୍ୟ ବ୍ୟବହାର ଦେଇ ଆସୁଥିବା ବେଳେ ଗତ କିଛି ଦିନଧରି ଜୋର ଚର୍ଚ୍ଚା ଧରିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସାନକେନ୍ଦୁଗୁଡା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ କୁମାର ନେଗୀ ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଧର୍ମଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପୁରୋହିତ ଘଟଣା ସମ୍ପର୍କରେ ତଦନ୍ତ ମଧ୍ୟ କରିଥିଲେ । ତେବେ ପ୍ରଧାନ ଶିକ୍ଷକ ଏହି ଘଟଣାକୁ ଚପାଇ ଦେବା ଉଦ୍ୟମ କରିଥିଲେ ହେଁ ଛାତ୍ରୀଙ୍କ ଅବିଭାବକ ଲିଖିତ ଭାବେ ବିଭାଗୀୟ ଅଧିକାରୀ ଜଣାଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷକ ଜଣକ ନାଁରେ ଆଗରୁ ମଧ୍ୟ ସମାନ ଅଭିଯୋଗ ହୋଇଆସୁଛି । ସ୍କୁଲ କମିଟି ଶିକ୍ଷକଙ୍କୁ ବିରୋଧ କରୁଥିଲେ ବି ପ୍ରଧାନ ଶିକ୍ଷକ ଘଣ୍ଟ ଘୋଡାଉ ଥିବାର ଲୋକେ ଅଭିଯୋଗ କରନ୍ତି । ଏପରି କି ଛାତ୍ରଛାତ୍ରୀ ମହଲରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି । ତେବେ ଶିକ୍ଷକ ଜଣକ‌ ରାଜନେତା ଓ ବିଭାଗୀୟ ପ୍ରଶାସନରେ ହାତ ଥିବା ଯୋଗୁଁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଗାଁ ଲୋକେ ତୁରନ୍ତ ତାଙ୍କୁ ବିଦ୍ୟାଳୟରୁ ବଦଳି କରିବାକୁ ଦାବୀ କରୁଥିବା ବେଳେ ସେପଟେ ଅଶ୍ଳୀଳ ଆଚରଣ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି ।

Leave A Reply

Your email address will not be published.