centurian jitm

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା : ଜନ ସାଧାରଣରେ ଅସନ୍ତୋଷ

nschool

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରୁ କିଛି ଦୂରରେ ଗଢି ଉଠିଥିବା ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆରମ୍ଭ ହେବା ଦିନଠୁ କିଛିନା କିଛି ଅବ୍ୟବସ୍ଥା ଲାଗି ରହୁଛି । ସରକାରଙ୍କ ତରଫରୁ ସମସ୍ତ ଆନୁଷଙ୍ଗିକ ଉପକରଣ ଯୋଗାଇ ଦେଉଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ସବୁବେଳେ ଏଠାରେ ଅବ୍ୟବସ୍ଥା ଲାଗି ରହିଛି ବୋଲି ମତ ପ୍ରକାଶ ପାଇଛି । ନାମକୁ ମାତ୍ର ଏଠାରେ ଜଣେ ହସ୍ପିଟାଲ ମ୍ୟାନେଜର ଭାବରେ କାର୍ଯ୍ୟ ତୁଲାଉଛନ୍ତି । ମାତ୍ର ଚିକିତ୍ସାଳୟ ମ୍ୟାନଜମେଣ୍ଟ ବିଷୟରେ ଆଦୌ ତାଙ୍କର ଇଛାଶକ୍ତି ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମୃତ ଶରୀର ପଚି ସଢ଼ି ନଷ୍ଟ ନହେବା ପାଇଁ ଲକ୍ଷାଧିକ ଟଙ୍କାର ଶବ ସଂରଣକ୍ଷଣ ଗୃହରେ ବ୍ୟବହାର ହେଉଥିବା ଫ୍ରିଜର ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲେ ସୁଦ୍ଧା ତାର ଉଚିତ୍‌ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଆଜି ଅଳ୍ପ ଦିନର ବ୍ୟବଧାନ ପରେ ତାହା ଅଚଳ ହୋଇପଡିଛି । ପରିଷ୍କାର ପରିଚ୍ଛନ୍ନ ଅଭାବରୁ ଶବ ସଂରଣକ୍ଷଣ ଗୃହକୁ ପଶିଗଲେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି ବୋଲି ମତ ପ୍ରକାଶ ପାଇଛି । କୌଣସି ମୃତ ଶରୀର ରଖିବା ମାତ୍ରେ ଫ୍ରିଜର ଚାଲୁ କରିବା କଥା ଓ ଶବ ନଥିବା ସମୟରେ ତାକୁ ବନ୍ଦ ରଖିବା ଉଚିତ ମାତ୍ର ତାହା ନହୋଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଂଯୋଗ ହୋଇଥିବା ଫ୍ରିଜରଟି ରାତି ଦିନ ୨୪ ଘଣ୍ଟା ଚାଲୁ ରହିଥାଏ ଯାହା ଫଳରେ ଆଜି ଏ ଅବ୍ୟବସ୍ଥା ଭୋଗିବାକୁ ପଡୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.