om academy

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଗରିବ ଅସହାୟ ବୃଦ୍ଧ ଅରଛୁ ବାରିକ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ପ୍ରଶାସନ ଓ ସରକାରୀ କର୍ମଚାରୀଙ୍କ ଚରମ ଉଦାସୀନ ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ । ନିଜ ଭାଗ୍ୟକୁ ଆଦରି ଝାଟିମାଟି କୁଡ଼ିଆରେ ରହୁଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ କଂଶାପଲା ଗାଁର ଗରିବ ଅସହାୟ ବୃଦ୍ଧ ଦମ୍ପତି ଅରଛୁ ବାରିକ ଓ ତାଙ୍କ ସ୍ତ୍ରୀ ସରସ୍ୱତୀ ବାରିକ ବସବାସ କରନ୍ତି । ତାଙ୍କର ଦୁଇ ଝିଅଙ୍କୁ ଧାର କରଜ କରି ବାହା କରିସାରିଛନ୍ତି । ହେଲେ ଏବେ ଭଙ୍ଗା ଘରରେ ରହୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ପରିଣତି ବୟସରେ ଆଉ କିଛି କାମ କରିପାରୁନଥିବାରୁ ସରକାର ଯୋଗାଇ ଦେଉଥିବା ସ୍ଵାମୀ ସ୍ତ୍ରୀ ବାର୍ଦ୍ଧକ୍ୟ ଭତ୍ତା ଓ ୧୦ କେଜି ଚାଉଳ ମାସକୁ ପାଇଁ ସଂଘର୍ଷ ପୂର୍ଣ୍ଣ ଭାବରେ ଜୀବନ ଅତିବାହିତ କରୁଛନ୍ତି । ହେଲେ ସେତିକିରେ ସେମାନଙ୍କୁ ଚଲିବା ବହୁ କଷ୍ଟକର । ତାଙ୍କର ପକ୍କା ଘର ଖଣ୍ଡିଏ ନଥିବାରୁ ଭଙ୍ଗା ମାଟି ଘରେ ଜୀବନ ବିତାଉଛନ୍ତି । ବର୍ଷାରେ ଛାତରୁ ପାଣି ଗଲିବା ସହ ଗୋଟିଏ ପାଖ କାନ୍ଥ ଭୁଷୁଡି ପଡ଼ିବା ଯୋଗୁଁ ମରଣ ମୁହଁରୁ ବଞ୍ଚି ଯାଇଛନ୍ତି । ଅନ୍ୟ ପଟେ ସାପ ଜୀବଜନ୍ତୁର ଭୟ ମଧ୍ୟ ରହିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତର ସହ ଦୃଷ୍ଟି ଦେଇ ବୃଦ୍ଧ ଦମ୍ପତିଙ୍କୁ ଅନ୍ତୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.