ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଟିଟିଲାଗଡ଼ ସହରରେ ଥଣ୍ଡା ବଢ଼ିବାରେ ଲାଗିଛି । ପ୍ରବଳ ଶୀତ ହେବା ଯୋଗୁଁ ରାସ୍ତାଘାଟ ଅତି ଶୀଘ୍ର ଶୁନଶାନ ହୋଇଯାଉଛି । ତେବେ ଏହି ଥଣ୍ଡାକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାତିରେ ଟିଟିଲାଗଡ଼ ଥାନା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ଅନ୍ୟ ପୋଲିସ କର୍ମଚାରୀ ମାନଙ୍କୁ ଧରି ସହରର ଘଣ୍ଟାଶୁଣି ମନ୍ଦିର ବାହାରେ ଭିକ୍ଷା ବୃତ୍ତି କରୁଥିବା ଦରିଦ୍ର ନାରାୟଣ, ଶାନ୍ତି ନଗର ଓ ବୃଦ୍ଧାଶ୍ରମରେ ରହୁଥିବା ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରିଛନ୍ତି । ଯାହାକି ଏକ ସେବା ସହ ଆତ୍ମସନ୍ତୋଷ ମିଳିଥିବା ପ୍ରକାଶ କରିଛନ୍ତି ।