om academy

ଜଣେ ଅସହାୟ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ତରଫରୁ ଦିଆଗଲା ସିଲେଇ ମେସିନ୍‌

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି ନିଜ ପରିବାରର ଭରଣ ପୋଷଣ କରିବା ସହ ଜୀବନ ଜୀବିକା ନିର୍ବାହ କରୁଛନ୍ତି । ସେଥି ମଧ୍ୟରୁ କିଛି ଲୋକଙ୍କ ଜୀବନରେ ଆକସ୍ମିକ ଭାବେ ଘରର ମୂରବି ଇହ ଧାମ ତ୍ୟାଗ କରିବା ପରେ ସେହି ବ୍ୟକ୍ତିର ପରିବାର ଉପରେ ବୋଝ୍ ବଢିଯାଏ । ସେମାନେ ବଞ୍ଚିବା ପାଇଁ ସଂଘର୍ଷ କରିଥାନ୍ତି । ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ସଦାବେଳେ ଅସହାୟ ଲୋକଙ୍କୁ କିଛି ନା କିଛି ସହଯୋଗ କିମ୍ୱା ସହାୟତାର ହାତ ବଢ଼ାଇଥାଏ । ଏହି ପରିପ୍ରେକ୍ଷୀରେ କ୍ଲବ୍ ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଟିଟିଲାଗଡ଼ ସହର ନିକଟସ୍ଥ ବାନ୍ଧୁପଲା ଅଞ୍ଚଳର ଶ୍ରୀମତି ଗୁଲାବି ସୁନାଙ୍କ କିଛି ବର୍ଷ ତଳେ ଅକାଳ ବିୟୋଗ ଘଟିଥିଲା । ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି । ଗୁଲାବି ସିଲେଇ ଶିକ୍ଷା ଗ୍ରହଣ କରୁଛନ୍ତି । ନିଜ ଛୁଆଙ୍କ ଭବିଷ୍ୟତ ତଥା ଭରଣ ପୋଷଣ କରିବା ପାଇଁ କାମ ମଧ୍ୟ କରୁଛନ୍ତି ତାଙ୍କର ଏହି ସଂଘର୍ଷ ଭରା ଜୀବନରେ ତାଙ୍କୁ ସ୍ୱାବଲମ୍ବୀ ତଥା କିଛି ରୋଜଗାର ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଲାୟନ୍ସ କ୍ଲବ୍ ତରଫରୁ ଶନିବାର ସନ୍ଧ୍ୟାରେ ଏକ ସିଲେଇ ମେସିନ୍‌ ପ୍ରଦାନ କରାଯାଇଛି । ଯଦ୍ୱାରା ନିଜେ ଆତ୍ମ ନିର୍ଭରଶିଳ ହୋଇ ନିଜର ରୋଜଗାର ବୃଦ୍ଧି କରିପାରିବେ । ଏହି ଅବସରରେ କ୍ଳବର୍ ସଂପାଦକ ଅଜିତ ଚାନ୍ଦ ପାତ୍ର, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ନୂତନ ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଆବାସ ଖାଁ, ଆନନ୍ଦ ଜୈନ, ଅସୀମ କୁଣ୍ଡୁ, ଅଙ୍କିତ ଲାଠ ଉପସ୍ଥିତ ଥିଲେ ।

Leave A Reply

Your email address will not be published.