- ଜୀବନ ଶୈଳୀ, କାର୍ଯ୍ୟସ୍ଥଳ ସଂସ୍କୃତି ଏବଂ ପାରିବାରିକ ପରିସ୍ଥିତିର ଉତ୍ପାଦକତା ନିମନ୍ତେ ମହତ୍ତ୍ୱପୂର୍ଣ୍ଣ
- ବେଳେବେଳେ ବ୍ୟାୟମ କରିବା, ସୋସିଆଲ୍ ମିଡିଆରେ ଅଧିକ ସମୟ ବ୍ୟୟ କରିବା କିମ୍ବା ନିଜର ପରିବାରଙ୍କ ସହିତ ଘନିଷ୍ଠ ନହେବା ମାନସିକ ସ୍ୱାସ୍ଥ୍ୟ ନିମନ୍ତେ ହାନିକାରକ
- ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ନିଜର ଭାବନାକୁ ଫେରାଇ ଆଣିବା ହିଁ ଆମକୁ ଆଗକୁ ବଢ଼ାଇବ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆର୍ଥିକ ସମୀକ୍ଷା ୨୦୨୪-୨୫ ଉପସ୍ଥାପନ କରି କହିଛନ୍ତି ଯେ ସୁସ୍ଥ ମାନସିକ ସ୍ୱାସ୍ଥ୍ୟ ଜୀବନର ସଂକଟ ଏବଂ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବାର ମୁଖ୍ୟ କାରକ । ସୁସ୍ଥ ମାନସିକ ସ୍ୱାସ୍ଥ୍ୟ ଆମର ସମସ୍ତ ଭାବନା, ସାମାଜିକ ଓ ଭୌତିକ ଦକ୍ଷତାକୁ ବୃଦ୍ଧି କରିଥାଏ ।
ଲାଇଫ୍ ଷ୍ଟାଇଲ୍ କାର୍ଯ୍ୟସ୍ଥଳ ସଂସ୍କୃତି ଏବଂ ମାନସିକ ସ୍ୱାସ୍ଥ୍ୟ
ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ସୂଚୀତ କରାଯାଇଛି ଯେ ଲାଇଫ୍ ଷ୍ଟାଇଲକୁ ଚୟନ କରିବା କାର୍ଯ୍ୟସ୍ଥଳ ସଂସ୍କୃତି ଏବଂ ପାରିବାରିକ ପରିସ୍ଥିତିର ଉତ୍ପାଦକତା ନିମନ୍ତେ ମହତ୍ତ୍ୱପୂର୍ଣ୍ଣ ଅଟେ ଏବଂ ଯଦି ଭାରତର ଆର୍ଥିକ ଲକ୍ଷ୍ୟକୁ ପୂରଣ କରିବାକୁ ହେବ ତେବେ ଶୈଶବ/ ଯୁବାବସ୍ଥା ସମୟରେ ଲାଇଫ୍ ଷ୍ଟାଇଲକୁ ଚାଲେଞ୍ଜ୍ ଦେଉଥିବା ତୁରନ୍ତ ଧ୍ୟାନ ଦେବାକୁ ହେବ ।
ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି ଯେ ଶିଶୁ ଏବଂ ଯୁବଗୋଷ୍ଠୀଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇଚାଲିଛି ଯାହା ଇଣ୍ଟରନେଟ୍ ଏବଂ ବିଶେଷ କରି ସୋସିଆଲ୍ ମିଡିଆର ଅଧିକ ଉପଯୋଗ ସହିତ ଜଡ଼ିତ ରହିଛି । ଯୋନାଥନ ହେଡିଟ୍ସଙ୍କ ପୁସ୍ତକ “ଦି ଆଙ୍କସିଅସ୍ ଜେନେରେସନ୍’: ହାଉ ଦି ଗ୍ରେଟ୍ ରିରାଇଟିଂ ଅଫ୍ ଚିଲଡ୍ରେନ୍ ଇଜ୍ କଜିଂ ଏଣ୍ଡ ଏପିଡେମିକ୍ ଅଫ୍ ମେଣ୍ଟାଲ୍ ଇଲ୍ନେସ୍’ ସମ୍ପର୍କରେ ଆଲୋଚନା କରି ସର୍ବେକ୍ଷଣ ଉପରେ ଜୋର ଦେଇଛନ୍ତି ଏବଂ କହିଛନ୍ତି ଯେ “ଫୋନ୍ ଆଧାରିତ ଶୈଶବାବସ୍ଥା’ରେ ବୟସ ବଢ଼ିବା ସହିତ ଏଭଳି ସମସ୍ୟାରେ ମଣିଷ ଜୁଝିବାରେ ଲାଗିଛି ।
ଆର୍ଥିକ ସର୍ବେକ୍ଷଣରେ ଉତ୍ତମ କାର୍ଯ୍ୟସ୍ଥଳ ସଂସ୍କୃତି ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଦିଗରେ ଆମକୁ ନେଇ ଯାଉଛି । ସର୍ବେକ୍ଷଣରେ ଏହା ମଧ୍ୟ କୁହାଯାଇଛି ଯେ ଲାଇଫ୍ ଷ୍ଟାଇଲକୁ ଚୟନ କରିବା ଏବଂ ପାରିବାରିକ ପରିସ୍ଥିତିଗୁଡ଼ିକ ମାନସିକ ସ୍ୱାସ୍ଥ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଆର୍ଥିକ ସମୀକ୍ଷା ରିପୋର୍ଟରେ ଏହା ସୂଚୀତ କରାଯାଇଛି ଯେ ଯେଉଁ ବ୍ୟକ୍ତି ଅଲ୍ଟ୍ରାପ୍ରୋସେସ୍ କିମ୍ପା ଡବାବନ୍ଦ୍ ଜଙ୍କ୍ ଫୁଡ଼ର ଅଧିକ ଉପଯୋଗ କରୁନାହାନ୍ତି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ସେହିସବୁ ଲୋକମାନଙ୍କଠାରୁ ଉନ୍ନତ ଯେଉଁମାନେ ଏହାକୁ ଲଗାତାର ଭାବେ ଖାଉଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ ଯେଉଁମାନେ ବେଳେବେଳେ ବ୍ୟାୟମ କରୁଛନ୍ତି, ସେମାନଙ୍କର ଖାଲି ସମୟ ସୋସିଆଲ୍ ମିଡିଆ ବ୍ୟବହାର କରିବାରେ ଉପଯୋଗ କରୁଛନ୍ତି କିମ୍ବା ନିଜର ପରିବାର ଲୋକଙ୍କ ସହିତ ଅଧିକ ସମୟ ଦେଉନାହାନ୍ତି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍ ନରହିବାର ଆଶଙ୍କା ରହିଛି ଏବଂ ଗୋଟିଏ ଜାଗାର ଅଧିକ ସମୟ ବିତାଇବା ଦ୍ୱାର ମଧ୍ୟ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ ।
ସର୍ବେକ୍ଷଣରେ ଉଲ୍ଲେଖ ରହିଛି ଯେ ମାନସିକ ସ୍ୱାସ୍ଥ୍ୟ ସ୍ତର କମ୍ ହେବା ଚିନ୍ତାର କାରଣ ଏବଂ ଏହା ସଂକଟର ଘଡ଼ି ମଧ୍ୟଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥାକୁ ବିଗାଡ଼ି ଦେଇପାରେ । ସର୍ବେକ୍ଷଣରେ ଏହା ସୂଚୀତ କରାଯାଇଛି ଯେ କାର୍ଯ୍ୟ ସଂସ୍କୃତି ଅନୁକୂଳ ନ ରହିବା ଏବଂ ଡେସ୍କ ଉପରେ ନିଜର କାର୍ଯ୍ୟରେ ଅଧିକ ସମୟ ବିତାଇବା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ଏବଂ ଅର୍ଥ ବ୍ୟବସ୍ଥାର ବୃଦ୍ଧିରେ ବାଧା ପହଞ୍ଚାଇପାରେ ।
ଆର୍ଥିକ ସର୍ବେକ୍ଷଣରେ ଜୋର୍ ଦିଆଯାଇଛି ଯେ ସାଙ୍ଗସାଥୀମାନଙ୍କ ସହିତ ସମୟ ବିତାଇବା, ଘରୁ ବାହାରକୁ ଯାଇ ଖେଳିବା, ଘନିଷ୍ଠ ପାରିବାରିକ ସମ୍ବନ୍ଧ ସୃଷ୍ଟି କରିବା ଉପରେ ସ୍କୁଲ ଏବଂ ପାରିବାରିକ ସ୍ତର ଉପରେ ହସ୍ତକ୍ଷେପ କରିବାର ବିଶେଷ ଆବଶ୍ୟକତା ରହିଛି ଯାହା ଶିଶୁ ଏବଂ ଯୁବଗୋଷ୍ଠୀଙ୍କୁ ଇଣ୍ଟରନେଟଠାରୁ ଦୂରରେ ରଖିବ ଏବଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ସୁଧାରିବାରେ ସହାୟକ ହେବ ।
ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି ଯେ ନିଜର ମାନସିକତାକୁ ଫେରିବା ସକାଶେ ଆମକୁ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ନୂତନ ଶୀର୍ଷରେ ପହଞ୍ଚାଇବ । ଆର୍ଥିକ ସର୍ବେକ୍ଷଣ ୨୦୨୪-୨୫ରେ କୁହାଯାଇଛିଯେ ମାନସିକ ସ୍ୱାସ୍ଥ୍ୟକୁ ଆର୍ଥିକ ଏଜେଣ୍ଟରେ କେନ୍ଦ୍ରରେ ରଖିବା ରାଷ୍ଟ୍ରୀୟ ଭାବନାଗୁଡ଼ିକୁ ଏବଂ ମାନବୀୟ କଲ୍ୟାଣ ସିଧା ଭାବରେ ପଡ଼ିବା ଜରୁରି ଏବଂ ଏହି ସମସ୍ୟାର ସ୍ତର ବେଶ୍ ବିରାଟ ।
ସର୍ବେକ୍ଷଣରେ ଏହା କୁହାଯାଇଛି ଯେ ବର୍ତ୍ତମାନ ଏଭଳି ସମୟ ଆସିଛି ଯେ ଏଥିପାଇଁ ବ୍ୟାବହାରିକ ତଥା ପ୍ରଭାବୀ ରଣନୀତି ପ୍ରସ୍ତୁତ କରିବା ଜରୁରି ଏବଂ ଏଥିରେ ଉପଯୁକ୍ତ ସମୟରେ ହସ୍ତକ୍ଷେପ କରିବା ଦରକାର । କାରଣ ଭାରତର ଜନସାଂଖ୍ୟିକ ଲାଭ କୌଶଳ, ଶିକ୍ଷା, ଶାରୀରିକ ସ୍ୱାସ୍ଥ୍ୟ ଏବଂ ସେଥିରୁ ଉପରକୁ ଉଠିବା ସକାଶେ ଯୁବଗୋଷ୍ଠୀଙ୍କ ମାନସିକ ସ୍ୱାସ୍ଥ୍ୟ ଉତ୍ତମ ରହିବା ଜରୁରି ।