jayashree

ଘୁନେଶ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ ଗୁଡ଼ିକରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଡଗଡବାହାଲରୁ ଗତ ଶୁକ୍ରବାର ଘୁନେଶ, ବର୍ଲା, କାଦୋବେଡା, ଖୁଜେନ, ବାନ୍ଧନପାଲି ଓ ବଘୁଆପଡାକୁ ପରିକ୍ରମା କରିଥିଲା ଜଗନ୍ନାଥଙ୍କ ଅର୍ପଣ ରଥ । ଏହି ଅବସରରେ ନୋଡାଲ ଅଫିସର ଭାବେ ଜେଇ ସନତ କୁମାର ଦାସ, ପିଇଓ ପ୍ରଦୀପ ପ୍ରଧାନୀ, ସରପଞ୍ଚ ଶ୍ରୀମତୀ ଲୈବାନି ଭୋଇ, ପୂର୍ବତନ ସରପଂଚ ଛବିଲ ଭୋଇ, ଜିଆର୍‌ଏସ୍ ମହେନ୍ଦ୍ର ଧରୁଆ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ବୃନ୍ଦ ଏବଂ ଏସ୍‌ଏଚ୍‌ଜି ମହିଳା ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ କଳାକାର ବୃନ୍ଦ ନାଚ ଗୀତ କରି ବିଭିନ୍ନ ଗାଁ ଗୁଡ଼ିକରେ ଏହି ଜଗନ୍ନାଥଙ୍କ ଅର୍ପଣ ରଥ ଭ୍ରମଣ କରିଥିଲେ । ଏପଟେ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟଲୁମୁଣ୍ଡା ଗାଁରୁ ଦାବରି, ହିଆଲ, ଡୁମେରଚୁଆ, କର୍ଲାବାହାଲି, ମାଲପାମୁଣ୍ଡା, ଦୁଷାମଣ୍ଡାରେ ଜଗନ୍ନାଥଙ୍କ ଅର୍ପଣ ରଥ ଭ୍ରମଣ କରିଥିଲା । ଏହି ଅବସରରେ ଖୁଟଲୁମୁଣ୍ଡା ଏସ୍‌ଏଚ୍‌ଜି ମହିଳା ବୃନ୍ଦ ହୁଲହୁଲି ଦେଇ ପୂଜାର୍ଚ୍ଚନା କରି ସମ୍ମାନିତ କରିଥିଲେ । ଏହି ଅବସରରେ ନୋଡାଲ ଅଫିସର ଭାବେ ବିପିସି ଅଭିନାସ ଭୋଇ, ସରପଞ୍ଚ ଲୋକନାଥ ଥପା, ପିଇଓ ସତ୍ୟ ଝାଙ୍କର, ଜିଆର୍‌ଏସ୍ ଶୁବଳ ମେହେର, ନାଏବ ସରପଞ୍ଚ, ସିଆର୍‌ପି ସଦସ୍ୟ, ମିଶନ ଶକ୍ତି ବିଏଲ୍‌ଏଫ୍‌ ଇଏସ୍ ମେମ୍ବର ଶ୍ରୀମତୀ ସାବିତ୍ରୀ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.