oom

ବିଜେଡ଼ି ଉପରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଆରୋପ ଲଗାଇଲା ଏପିଆଇ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶା ଶାସନ ଦାୟିତ୍ୱରେ ଥିବା ବିଜୁ ଜନତା ଦଳ ଉପରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନର ଆରୋପ ଲଗାଇଛି ଏପିଆଇ । ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ଏପିଆଇ ପକ୍ଷରୁ ଏଭଳି ସୂଚନା ପ୍ରଦାନ କରାଯାଇଛି । ଏପିଆଇର ରାଜ୍ୟ ସଭାପତି ବିଜୟ କୁମାର ବେହେରା ଏବଂ ଅନ୍ୟତମ ବରିଷ୍ଠ ନେତା ଛବିଳ ନିଆଲ ଓ ଯତୀଶ ସାହୁଙ୍କ ସହ ଅନ୍ୟମାନେ ମଂଚାସୀନ ରହି ସାମ୍ବାଦିକମାନଙ୍କୁ ଜଣାଇଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସରକାରୀ ଦଳର ଚିହ୍ନ ରହିଥିବା ହୋର୍ଡିଂ ଗୁଡ଼ିକ ହଟା ଯାଇଥିଲେ ସୁଦ୍ଧା ରାଜ୍ୟରେ ଚାଲୁଥିବା ଲକ୍ଷ୍ମୀ ବସ୍‌ରେ ଶଙ୍ଖ ଚିହ୍ନ ରହିଛି । ବିଭିନ୍ନ ବସ୍‌ଷ୍ଟପ୍‌ରେ ମଧ୍ୟ ଶାସକ ଦଳ ବିଜେଡ଼ିର ଚିହ୍ନ ଦେଖିବାକୁ ମିଳିଛି । ଏଥି ସହିତ ନୂଆ ଓଡ଼ିଶା ନବୀନ ଓଡ଼ିଶା ଆଳରେ ପିଡ଼ିଏସ୍‌ ବ୍ୟବସ୍ଥାରେ ମଧ୍ୟ ସରକାରୀ ଚିହ୍ନ ବଦଳରେ ବିଜେଡ଼ିର ଚିହ୍ନ ବ୍ୟବହାର କରାଯାଉଛି । ଏହା ଦ୍ୱାରା ଖୋଲମ୍‌ଖୋଲା ନିର୍ବାଚନ ଆଚରଣ ବିଧି ଉଲଂଘନ କରାଯାଉଥିବା ଏପିଆଇ ପକ୍ଷରୁ କୁହାଯାଇଛି । ଏ ସଂକ୍ରାନ୍ତରେ ଏପିଆଇ ପକ୍ଷରୁ ସିଇଓ ଏବଂ ଲୋକପାଳଙ୍କୁ ଅଭିଯୋଗ କରାଯାଇଥିବା ମଧ୍ୟ ପ୍ରେସ୍‌ମିଟ୍‌ରେ ସୂଚନା ଦିଆଯାଇଛି । ତେବେ ଆଗାମୀ ନିର୍ବାଚନରେ ଏପିଆଇ ପକ୍ଷରୁ ରାଜ୍ୟରେ ୨୧ଟି ଲୋକସଭା ଆସନ ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦିଆଯିବ ବୋଲି ମଧ୍ୟ ଏଠାରେ ପାର୍ଟି ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.