ଆସନ୍ତାକାଲିରୁ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନିଷ୍ଟାଡିୟମରେ ରାଜିଂ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ହେବାକୁ ଥିବା ୨୯ତମ ଛିନ୍ଦେଇକେଲା ସର୍ବଭାରତୀୟ କ୍ରିକେଟ କପ୍ ବୁଧବାର ଠାରୁ ଆରମ୍ଭ ହେବ । ଏନେଇ କ୍ଲବ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତ ଶେଷ ହୋଇଛି । ବୁଧବାର କଣ୍ଟାବାଞ୍ଜି ଫ୍ରେଣ୍ଡ୍ କ୍ଲବ୍ ଓ ବିଶାଖାପାଟଣା ରେଲୱେ (ଆନ୍ଧ୍ରପ୍ରଦେଶ) ମଧ୍ୟରେ ପ୍ରଥମ ଉଦଘାଟନୀ ମ୍ୟାଚ ଖେଳାଯିବ । ଡିସେମ୍ବର ୨୫ ତାରିଖ ପ୍ରୟାଗରାଜ (ୟୁପି) ଓ ରାୟପୁର ମଧ୍ୟରେ ମ୍ୟାଚ ଖେଳାଯିବ । ୨୬ ତାରିଖରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ୨୭ ତାରିଖରେ ରାଞ୍ଚି ମେକନ (ଝାଡ଼ଖଣ୍ଡ) ଓ ରାଉରକେଲା ମଧ୍ୟରେ ଖେଳାଯିବ । ୨୮ ତାରିଖରେ ଝାରସୁଗୁଡ଼ା ପ୍ରୋଗେସିଭ ଓ ହୁଗୁଳି (କୋଲକାତା) ମଧ୍ୟରେ ମ୍ୟାଚ ଖେଳାଯିବ । ୨୯ ତାରିଖରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ୩୦ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରତ୍ୟେକ ମ୍ୟାଚ ସକାଳ ୧୦ଟାରୁ ୪ ପର୍ଯ୍ୟନ୍ତ ଖେଳାଯିବ । ପ୍ରତ୍ୟେକ ମ୍ୟାଚ ୨୦ ଓଭର ବିଶିଷ୍ଟ ମ୍ୟାଚ ଖେଳାଯିବ । ଏବର୍ଷ ଚମ୍ପିୟାନ ଦଳକୁ ନଗଦ ୫୦ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଦଳକୁ ନଗଦ ୩୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକ କ୍ରିକେଟ କମିଟି ସଭାପତି ଯତୀନ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.